ସରକାରୀ ବସରେ ଧାର୍ଯ୍ୟ ଭଡା ଠାରୁ ଆଦାୟ ହେଉଛି ଅଧିକ ଅର୍ଥ ! ମାଲକାନଗିରିରେ ଲିଜଧାରୀ ଓ ଓଏସଆରଟିସି କର୍ତ୍ତୃପକ୍ଷଙ୍କ ମଧୁଚନ୍ଦ୍ରିକା, ମିଳୁନି ଟିକେଟ

32

କନକ ବ୍ୟୁରୋ : ସରକାରୀ ବସରେ ମିଳୁନି ଟିକଟ । ଧାର୍ଯ୍ୟ ଭଡା ଠାରୁ ଅଧିକ ଅର୍ଥ ଆଦାୟ କରୁଛନ୍ତି ଓ.ଏସ.ଆର.ଟି.ସି ଲିଜ ଧାରି । ମାଲକାନଗିରି ଜିଲ୍ଲାରେ ବର୍ଷ ବର୍ଷ ଧରି ଏପରି ଅନିୟମିତତା ଲାଗି ରହିଛି । ଆଉ ଲିଜ ଧାରି ଓ ଓ.ଏସ.ଆର.ଟି.ସି କର୍ତ୍ତୃପକ୍ଷଙ୍କ ମଧ୍ୟୁଚନ୍ଦ୍ରିକା ଯୋଗୁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖିନ ହୋଉଛନ୍ତି ଯାତ୍ରୀ । ତେବେ ମାଲକାନଗିରି ସହର ଠାରୁ କାଲିମେଳା ଯାଏଁ ଏକ ଓ.ଏସ.ଆର.ଟି.ସି ବସରେ ଯାତ୍ରା କରି ସରକାରୀ ବସର ରିଆଲିଟି ଚେକ କରାଯାଇଛି ।

ସୂଚନାଯୋଗ୍ୟ ଧାର୍ଯ୍ୟ ଭଡ଼ା ଠାରୁ ଅଧିକ ଭଡ଼ା ଆଦାୟ କରୁଛନ୍ତି ବୋଲି କହିଛନ୍ତି ବସରେ ଯାତ୍ରା କରୁଥିବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡ଼ିଆମୀ । ଯାତ୍ରା ସମୟରେ ତାଙ୍କ ଠାରୁ ଅଧିକ ଭଡ଼ା ନେଇଛନ୍ତି କଣ୍ଡକ୍ଟର ବୋଲି ସେ ପ୍ରକାଶ କରିଛନ୍ତି । ୧୫ ଟଙ୍କା ବଦଳରେ ତାଙ୍କ ଠାରୁ ନେଇଛନ୍ତି ୨୦ ଟଙ୍କା । ଏହା ବ୍ୟତୀତ ଯାତ୍ରା ସମୟରେ କାହାକୁ ଟିକେଟ ଦିଆଯାଇନି ବୋଲି ମଧ୍ୟ ଅଭିଯୋଗ ହେଉଛି । ପୂର୍ବରୁ ଟିକେଟ ନେଇ ଅଭିଯୋଗ ହୋଇଥିଲେ ହେଁ ଏଯାଏଁ ତା’ର ସୁଫଳ ମିଳିପାରି ନାହିଁ । ତେବେ ବସରେ ଥିବା କଣ୍ଡକ୍ଟର ଜଣକ ନୂଆ କହି ନିଜ ଦୋଷ ଛଡ଼଼ାଇ ନେଇଛନ୍ତି । ସେ ଏବିଷୟରେ ବିଲକୁଲ ଅଜ୍ଞ ବୋଲି କହିଛନ୍ତି ।