ପଦ୍ମ ଧରିଲେ କ୍ରିକେଟର ଗୌତମ ଗମ୍ଭୀର ! ଦିଲ୍ଲୀରୁ ଲଢ଼ିପାରନ୍ତି ନିର୍ବାଚନ

333

କନକ ବ୍ୟୁରୋ : ବିଜେପିରେ ସାମିଲ ହେଲେ କ୍ରିକେଟର ଗୌତମ ଗମ୍ଭୀର । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଓ କେନ୍ଦ୍ରମନ୍ତ୍ରୀ ରବିଶଙ୍କରଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେଲେ ଗମ୍ଭୀର । ଚଳିତ ନିର୍ବାଚନରେ ଦିଲ୍ଲୀରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି । ଏହି ଆସନରେ ବିଜେପି ନେତା ମୀନାକ୍ଷୀ ଲେଖି ପ୍ରତିନିଧିତ୍ୱ କରୁଛନ୍ତି । ବିଜେପିରେ ସାମିଲ ହେବା ପରେ କହିଛନ୍ତି ଦେଶ ସେବା ପାଇଁ ସୁଯୋଗ ମିଳିଥିବାରୁ ଅନେକ ଅନେକ ଧନ୍ୟବାଦ ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଭାବିତ ହୋଇ ଦଳରେ ସାମିଲ ହୋଇଥିବା କହିଛନ୍ତି । ଅନ୍ୟପଟେ ଗମ୍ଭୀର ଦଳରେ ସାମିଲ ହେବା ବିଜେପି ପାଇଁ ଲାଭଦାୟକ ହେବ ଏବଂ ସେ ଦଳ ପାଇଁ ମଧ୍ୟ ପ୍ରଚାର କରିବେ ବୋଲି ଅରୁଣ ଜେଟଲୀ କହିଛନ୍ତି । ଜେଟଲୀ ବିଜେପି ଲଗାତାର ଦେଶରେ ପ୍ରଭାବ ବିସ୍ତାର କରୁଛି । ଏହି କଡ଼ିରେ ଆଜି ଗମ୍ଭୀର ଦଳରେ ସାମିଲ ହୋଇଛନ୍ତି । ସୂଚନାଯୋଗ୍ୟ ଗୌତମ ଗମ୍ଭୀର ରାଜନୀତିରେ କରିବେ ନାହିଁ ବୋଲି କହିଥିଲେ ।