ରେଳଯାତ୍ରୀଙ୍କ ପାଇଁ ଖୁସି ଖବର ! ଏକ୍ସପ୍ରେସ ଟ୍ରେନରେ ୱେଟିଂରେ ନାଁ ଥିଲେ ରାଜଧାନୀ, ଶତାବ୍ଦୀ ବା ଦୂରନ୍ତରେ କରିପାରିବେ ଯାତ୍ରା

33

କନକ ବ୍ୟୁରୋ : ରେଳ ବିଭାଗ ପକ୍ଷରୁ ଯାତ୍ରୀଙ୍କ ପାଇଁ ଖୁସି ଖବର । ଯଦି ଜଣେ କୌଣସି ଏକ୍ସେପ୍ରସ ଟ୍ରେନରେ ଟିକେଟ ବୁକିଂ କରିଛି କିନ୍ତୁ ତାହାର ନାମ ୱେଟିଂରେ ଅଛି ତେବେ ସେ ରାଜଧାନୀ,ଶତାବ୍ଦୀ ବା ଦୁରନ୍ତୋ ଟ୍ରେନରେ ଯାତ୍ରା କରିପାରିବେ । ଏପ୍ରିଲରୁ ରେଳ ବିଭାଗ ଏହି ନୂଆ ଯୋଜନା ଘୋଷଣା କରିବାକୁ ଯାଉଛି । ଯାତ୍ରୀଙ୍କୁ ସୁବିଧା ଦେବା ଲକ୍ଷ୍ୟରେ ତଥା ସେମାନଙ୍କ ଯାତ୍ରାକୁ ବାତିଲ ନ କରିବା ପାଇଁ ରେଳ ବିଭାଗ ପକ୍ଷରୁ ଏହି ନୂତନ ବ୍ୟବସ୍ଥା ଲାଗୁ କରାଯିବ ।

ଏଥିରେ ଯାତ୍ରୀଙ୍କୁ ଅଧିକ ଦେୟ ମଧ୍ୟ ଦେବାକୁ ପଡିବ ନାହିଁ । ବିଭିନ୍ନ କାରଣରୁ ୱେଟିଂ ଲିଷ୍ଟରେ ଥିବା ଯାତ୍ରୀମାନେ ସିଟ ନପାଇବାରୁ ଶେଷ ମୁହୂର୍ତ୍ତରେ ଟିକଟ ବାତିଲ କରିଦେଉଛନ୍ତି ଯାହା ଫଳରେ ରେଳ ବିଭାଗକୁ ବର୍ଷକୁ ପାଖାପାଖି ୭୫୦୦ କୋଟି ଟଙ୍କା ଫେରସ୍ତ କରିବାକୁ ପଡୁଛି । ଏହାକୁ ନଜରରେ ରଖି ରେଳ ବିଭାଗ ଏହି ନୂତନ ନିୟମ ପ୍ରଚଳନ କରିବାକୁ ଯାଉଛି ।