ଦର୍ଶକ ମହଲରେ ବେଶ୍ ପ୍ରଶଂସା ସାଉଣ୍ଟୁଛି ‘ଗୋଲମାଲ ଏଗେନ’ ! ୧୦ଦିନରେ ୧୫୪ କୋଟି ଟଙ୍କା ବ୍ୟବସାୟ

22

ବକ୍ସ ଅଫିସରେ ଧମାଲ ମଚାଉଛି ସିନେମା ‘ଗୋଲମାଲ ଏଗେନ’ । ରିଲିଜର ୧୦ଦିନ ମଧ୍ୟରେ ୧୫୪ କୋଟି ଟଙ୍କା ବ୍ୟବସାୟ କରିଛି ଏହି ସିନେମା । ଆଗକୁ ଏହି ସିନେମା ଆହୁରୀ ଭଲ ବ୍ୟବସାୟ କରିବ ବୋଲି ପୁରା ଟିମ୍ ଆଶା ରଖିଛି । ମଲ୍ଟି ଷ୍ଟାରଙ୍କ ଅଭିନୀତ ଏହି ସିନେମା ବକ୍ସ ଅଫିସରେ ନୂଆ ରେକର୍ଡ଼ ସୃ୍ଷ୍ଟି କରିଛି । ନିର୍ଦ୍ଦେଶକ ରୋହିତ ସେଠୀ ମଧ୍ୟ ସିନେମା ଭଲ ବ୍ୟବସାୟ ନେଇ ବେଶ ଖୁସି ଅଛନ୍ତି ।

ସିନେମା ରିଲିଜର ପ୍ରଥମ ତିନି ଦିନ ମଧ୍ୟରେ ହିଁ ୧୦୦କୋଟି କ୍ଲବରେ ସାମିଲ ହୋଇଥିଲା । ଏହି ଫିଲ୍ମରେ ଅଜୟ ଦେବଗନ, ତବୁ, ପରିଣୀତି ଚୋପ୍ରା, ଅର୍ସଦ ୱାରସି, କୁନାଲ ଖେମୁ, ଶ୍ରେୟସ ତଲପଡେ ଓ ତୁଷାର କପୁର ଲିଡ ରୋଲରେ ନଜର ଆସିଛନ୍ତି । ଗୋଲମାଲ ସିରିଜର ଏହି ଚତୁର୍ଥ ସିନେମା ଦର୍ଶକଙ୍କୁ ଭରପୁର ମନୋରଂଜନର ଖୋରାକ ଯୋଗାଉଛି ।

ସୂଚନାଯୋଗ୍ୟ ସୁଟିଂ ଆରମ୍ଭ ଦିନ ଠାରୁ ଚର୍ଚାରେ ଥିଲା ‘ଗୋଲମାଲ ଏଗେନ’ । ଆଉ ଏବେ ବଡ ପରଦାକୁ ଆସିବା ପରେ ବି ଦର୍ଶକଙ୍କ ପ୍ରଶଂସା ପାଇବାରେ ସଫଲ ହୋଇଛି । ଯିଏ ଦେଖୁଛି ସିଏ କହୁଛି କମାଲ କରିଛି ‘ଗୋଲମାଲ ଏଗେନ’ । ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସମସ୍ତ କଳାକାରଙ୍କ ଜବରଦସ୍ତ କମେଡି କରିଛନ୍ତି । ଚଳିତ ବର୍ଷ ରିଲିଜ ହାଇଥିବା ସମସ୍ତ ଫିଲ୍ମ ମଧ୍ୟରେ ଗୋଲମାଲ ଏଗେନର ଓପନିଂ ସମସ୍ତଙ୍କଠାରୁ ଆଗରେ ରହିଛି। ଏହି ଫିଲ୍ମଟି ପ୍ରଥମ ସପ୍ତାହରେ ଆୟ କରିଥିଲା ୮୭.୬୦ କୋଟି ଟଙ୍କା ।