ଗୋଧ୍ରା ଟ୍ରେନ୍ ପୋଡି ମାମଲାର ଆସିଲା ରାୟ ! ୧୧ଜଣକ ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡାଦେଶରେ ପରିବର୍ତ୍ତନ କଲେ ଗୁଜରାଟ ହାଇକୋଟ

27

କନକ ବ୍ୟୁରୋ : ଗୋଧ୍ରା ଟ୍ରେନ ପୋଡି ମାମଲାରେ ଗୁଜୁରାଟ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ୧୧ ଦୋଷୀଙ୍କ ଫାଶୀଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିବର୍ତନ କରିଛନ୍ତି ଗୁଜରାଟ ହାଇକୋର୍ଟ । ଏହାସହ ତଳକୋର୍ଟ ଦ୍ୱାରା ଦୋଷମୁକ୍ତ ହୋଇଥିବା ୬୩ ଅଭିଯୁକ୍ତଙ୍କ ସମ୍ପର୍କର କୋର୍ଟ କିଛି କହିନାହାନ୍ତି । ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ନିକଟ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଲେଖାଁଏ କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ନେଇଛନ୍ତି । ୨୦୧୧ରେ ଏହି ମାମଲାରେ ସ୍ୱତନ୍ତ୍ର କୋର୍ଟ ୩୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାବେଳେ ୬୩ ଜଣଙ୍କୁ ଦୋଷମୁକ୍ତ କରିଥିଲେ ।

ଏମାନଙ୍କୁ ମଧ୍ୟରୁ ୧୧ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଇଥିଲା ଓ ୨୦ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା । କୋର୍ଟଙ୍କ ଏହି ନିଷ୍ପତି ବଦଳରେ ସରକାର ଓ ଦୋଷୀ ହାଇକୋର୍ଟ ଯାଇଥିଲେ । ସରକାରଙ୍କ ଯୁକ୍ତି ଥିଲା, ଦୋଷୀଙ୍କୁ ଦିଆଯାଇଥିବା ଦଣ୍ଡ କମ୍ ହୋଇଛି । ଏହାଛଡା ଦୋଷମୁକ୍ତ ହୋଇଥିବା ଅଭିଯୁକ୍ତଙ୍କ ବିରୋଧରେ ପୁଣି ଥରେ ମାମଲା ଆରମ୍ଭ କରିବାକୁ ସରକାର ଆବେଦନ କରିଥିଲେ । ସେପଟେ ଦୋଷୀ ବି ସେମାନଙ୍କୁ ଠିକ ନ୍ୟାୟ ମିଳିନାହିଁ ବୋଲି ଯୁକ୍ତି ଦର୍ଶାଇ ଗୁଜରାଟ ହାଇକୋର୍ଟରେ ସ୍ୱତନ୍ତ୍ର କୋର୍ଟ ରାୟକୁ ଚ୍ୟାଲେଞ୍ଜ କରିଥିଲେ ।

୨୦୦୨ ମସିହାରେ ହୋଇଥିବା ଗୋଧ୍ରା ଟ୍ରେନ ପୋଡି ପରେ ଗୁଜରାଟରେ ସାଂପ୍ରଦାୟିକ ଦଙ୍ଗା ହୋଇଥିଲା । ସେତେବେଳେ ରାଜ୍ୟ ସମେତ ଦେଶର ଅନେକ ସ୍ଥାନରେ ସାଂଘାତିକ ପରିସ୍ଥିତି ଦେଖାଦେଇଥିଲା । ଟ୍ରେନ ପୋଡିର ୧୫ ବର୍ଷ ପରେ ରାୟ ଶୁଣାଇଲେ ଗୁଜରାଟ ହାଇକୋର୍ଟ । ଅଢେଇ ବର୍ଷ ପୂର୍ବେ ଗୋଧ୍ରା ଟ୍ରେନ ପୋଡି ମାମଲାର ଶୁଣାଣି ଶେଷ କରି ଗୁଜୁରାଟ ହାଇକୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ୨୦୧୧ ମାର୍ଚ୍ଚ ୧ ତାରିଖରେ ସ୍ୱତନ୍ତ୍ର ଏସଆଇଟି କୋର୍ଟ ଏହି ମାମଲାର ରାୟ ଶୁଣାଇ ଥିଲେ । ପରେ ଏସଆଇଟିର ରାୟକୁ ଗୁଜୁରାଟ ହାଇକୋର୍ଟରେ ଚାଲେଂଜ କରାଯାଇଥିଲା ।

ଟ୍ରାଏଲ କୋର୍ଟ ଏହି ମାମଲାରେ ୩୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ ଓ ୬୩ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । ଦୋଷୀଙ୍କ ମଧ୍ୟରେ ୧୧ ଜଣଙ୍କୁ ଫାଶିଦଣ୍ଡ ଓ ୨୦ ଜଣଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇ ଥିଲେ ମାନ୍ୟବର କୋର୍ଟ । ୨୦୦୨ ମସିହା ଫେବୃୟାରୀ ୨୭ ତାରିଖରେ ସାବରମତୀ ଏକ୍ସପ୍ରେସର ଏସ-୬ ବଗିରେ ଗୋଧ୍ରା ଷ୍ଟେସନରେ ନିଆଁ ଲାଗିଥିଲା । ଏଥିରେ ୫୯ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଅଧିକାଂଶ କର ସେବକ ଥିଲେ, ଯେଉଁମାନେ ଅଯୋଧ୍ୟାରୁ ଫେରୁଥିଲେ । ଗୋଧ୍ରା ଟ୍ରେନ ପୋଡି ପରେ ଗୁଜରାଟରେ ସାଂପ୍ରଦାୟିକ ଦଙ୍ଗା ଜଳି ଉଠିଥିଲା ।