ଫୁଲୁଛି ଗୋଦାବରୀ । ଆକଶ ମାର୍ଗରୁ ଗୋଦାବରୀ ନଦୀର ଚିତ୍ର । ଡ୍ରୋନରେ କଏଦ ହେଲା ମାଲକାନଗିରି ବନ୍ୟା ବିଭୀଷିକାର ଦୃଶ୍ୟ । ରାସ୍ତା ଉପରେ ଚାଲୁଛି ପାଣି

258

କନକ ବ୍ୟୁରୋ : ଫୁଲୁଛି ଗୋଦାବରୀ । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ମାଲକାନାଗିରି ଜିଲ୍ଲାର ଶେଷ ସୀମାରେ ପ୍ରବାହିତ ହେଉଥିବା ଗୋଦାବରୀ ନଦୀ ।  ଆକଶ ମାର୍ଗରୁ ଗୋଦାବରୀର ଦୃଶ୍ୟ, ଦେଖିଲେ ଯେ କେହି ବି ଭୟଭିତ ହେବେ । ଗୋଦାବରୀର ଏହି ଦୃଶ୍ୟ ମାଲକାନଗିରି ଜିଲ୍ଲାବାସୀଙ୍କ ମନରେ ଆତଙ୍କ ସୃଷ୍ଟି କରିଛି । ଗତ କିଛି ଦିନ ହେବ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ  ବିପଦ ସଙ୍କେତ ଉପରେ ପ୍ରବାହିତ ହୋଉଛି ଗୋଦାବରୀ ନଦୀ ।

ତେଣୁ ମାଲକାନଗିରି ଜିଲ୍ଲାର ବର୍ଷା ଜଳ ନିଷ୍କାସିତ ହୋଇ ପାରୁନାହିଁ ବରଂ ଗୋଦବରୀର ପଛୁଆ ପାଣି ଏବେ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଗୋଦାବରୀରେ ଜଳସ୍ତର ଧିରେ ଧିରେ ବଢିବାରୁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ପଟେ ମଧ୍ୟ ଜାତୀୟ ରାଜପଥ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ତେଣୁ  ପୁରା ଦକ୍ଷୀଣ ଭାରତ ସହ ଓଡିଶାର ଯୋଗାଯୋଗ ଏକ ପ୍ରକାର ବିଚ୍ଛିନ୍ନ ହୋଇ ପଡିଛି ।