ଭଞ୍ଜନଗରରେ ମାତିଲେ ଛେଳିଚୋର : ଦାମୀ ଗାଡିରେ ଆସି ବନ୍ଧୁକ ଦେଖାଇ ଚୋରି କଲେ ୬୦ରୁ ଅଧିକ ଛେଳି 

379

କନକ ବ୍ରୁରୋ : ବନ୍ଧୁକ ମୁନରେ ଛେଳି ଚୋରି । ଭଞ୍ଜନଗର ଜଗନ୍ନାଥପ୍ରସାଦ ବ୍ଲକ, ବଡଗାଁରୁ ଆସିଛି ଏପରି ଅଭିଯୋଗ । ଗାଁରେ ରହୁଥିବା ଉଦୟ ଗଉଡ ନାମକ ଜଣେ ଗୋପାଳକଙ୍କ ଗୁହାଳରୁ ୬୦ରୁ ଉଦ୍ଧ୍ୱର୍ ଛେଳି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଦାମୀ ସ୍କର୍ପିଓ ଗାଡିରେ ଆସି ଛେଳି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ଉଦୟ ଗଉଡଙ୍କ ଗୁହାଳରୁ ଛେଳି ଚୋରିକରିବାକୁ ଆସିଥିଲେ ।

ଏହି ସମୟରେ ଉଦୟ ଗଉଡଙ୍କ ନିଦ ଭାଙ୍ଗିଯାଇଥିବାବେଳେ ସେ ଦୁର୍ବୃତ୍ତ ଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ମାତ୍ର ତାଙ୍କ ମୁଣ୍ଡରେ ବନ୍ଧୁକ ଏବଂ ବେକରେ ମାରଣାସ୍ତ୍ର ଲଗେଇ ଦୁବୃର୍ତ ଛେଳି ଲୁଟ କରିଥିବା ଅଭିଯୋଗ ହୋଇଛି । ତୁରନ୍ତ ଗ୍ରାମବାସୀ ଦୁର୍ବୃତଙ୍କୁ ପିଛା କରି ଗୋଟିଏ ସ୍କର୍ପିଓ ଗାଡିକୁ ଜବତ କରିଛନ୍ତି । ଦୁବୃତ ଘଟଣା ସ୍ଥଳରୁ ଫେରାର ହୋଇଥିବାବେଳେ ଛେଳିଗୁଡିକୁ ଉଦ୍ଧାର କରାଯାଇ ପାରିନାହିଁ । ଜବତ ହୋଇଥିବା ସ୍କର୍ପିଓଟି ଖୋର୍ଦ୍ଧା ଅଂଚଳର ଜଣାପଡିଛି । ଏନେଇ ଜଗନ୍ନାଥପ୍ରସାଦ ଥାନାରେ ଏତଲା ଦେଇଛନ୍ତି ଲୁଟ ହୋଇଥିବା ଛେଳି ମାଲିକ । ପୋଲିସ ଗାଁରେ ପହଁଚି ତଦନ୍ତ ଚଳାଇଛି ।