ନୂଆବର୍ଷରେ ଡ୍ରିପ୍ ଲଗାଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପହଞ୍ଚିଲେ ମନୋହର ପାରିକର୍ ! ସୋସିଆଲ ମିଡ଼ିଆରେ ଫଟୋ ଭାଇରାଲ ହେବାପରେ ତାରିଫ କରୁଛନ୍ତି ଲୋକେ

196

କନକ ବ୍ୟୁରୋ : ଆଜିକାଲି ନେତାମାନେ କେବଳ ନିଜର ସ୍ୱାର୍ଥ କଥା ଚିନ୍ତା କରନ୍ତି । ଆସନ ପାଇଁ ଘର ଘର ବୁଲନ୍ତି, ଆଉ ନିର୍ବାଚନ ଜିତିଲେ ଲୋକଙ୍କୁ ପଚାରେ କିଏ । ଲୋକଙ୍କ ସେବା କରିବେ କହି ଭୁଆଁ ବୁଲାଇବା ସହ କାର୍ଯ୍ୟରେ ଅବହେଳା କରୁଛନ୍ତି ଆଜିକାଲିକା ରାଜନେତା । କେବଳ କଥାରେ ନେତାଗିରି, ଜନକଲ୍ୟାଣକାରୀ କାମ କିନ୍ତୁ ଶୂନ । ହେଲେ ଏପରି ଜଣେ ନେତା ଅଛନ୍ତି, ଯିଏ ଅସୁସ୍ଥ ଥିଲେ ମଧ୍ୟ ନିଜ କର୍ତ୍ତବ୍ୟ କଥା ଭୁଲିନାହାନ୍ତି । ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଏବେ ଗମ୍ଭୀର ରୋଗରେ ପୀଡିତ ଅଛନ୍ତି ।

ନାକରେ ଡ୍ରିପ୍ ଲଗାଇ ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକର ନୂଆବର୍ଷରେ ରାଜ୍ୟ ସଚିବାଳୟରେ ପହଞ୍ଚି ମିଟିଂ କରିଛନ୍ତି । ସୋସିଆଲ ମିଡ଼ିଆରେ ଫଟୋ ସାମ୍ନାକୁ ଆସିବା ପରେ ଲୋକେ ତାଙ୍କ ସାହସକୁ ତାରିଫ୍ କରି ଉତ୍ତମ ସ୍ୱାସ୍ଥ୍ୟ କମାନା କରି ପ୍ରାର୍ଥନା କରୁଛନ୍ତି । ରିିପୋର୍ଟ ଅନୁସାରେ ପାରିକର ୫ ମାସ ପରେ ନିଜର ଅଫିସ ପହଂଚିଛନ୍ତି । ମୁଖ୍ୟମନ୍ତ୍ରୀ ଅଗ୍ନାଶୟ ସମ୍ମନ୍ଧରେ ରୋଗରେ ଅକ୍ଟେ୍ାବର ମାସରୁ ଅଧିକ ସମୟ ନିଜ ଘରେ ହିଁ ବିତାଉଛନ୍ତି । ସୂଚନାଯୋଗ୍ୟ ମୁମ୍ବାଇ ଉଚ୍ଚ ନ୍ୟାୟାଳୟ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ମେଡ଼ିକାଲ ଯାଂଚ କରିବା ପାଇଁ ତଥା ରୋଗ ବିଷୟରେ ତଥ୍ୟ ସାର୍ବଜନିନ କରିବା ପାଇଁ ଦାବି କରିଥିବା ମାମଲାକୁ ଖାରଜ କରିଥିଲେ ।

ସୂଚନା ଅନୁସାରେ ମନୋହର ପାରିକର ସରକାରୀ ଗାଡ଼ିରେ ସଚିବାଳୟରେ ପହଞ୍ଚିଥିଲେ । ସୋସିଆଲ ମିଡ଼ିଆରେ ଅନେକ ଲୋକ ନୂଆ ବର୍ଷରେ ତାଙ୍କର ଏପରି ପଦକ୍ଷେପକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି । ଅନ୍ୟପଟେ କିଛି ଲୋକ ତାଙ୍କୁ ଆରାମ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଦେହ ଖରାପ ଥିଲେ ମଧ୍ୟ କର୍ତ୍ତବ୍ୟରେ ହେଳା କରିନାହାନ୍ତି ପାରିକର । କିଛି ଦିନ ପୂର୍ବରୁ ସେ ଜୌରି ଓ ମଣ୍ଡୋବୀ ବ୍ରିଜର ନିର୍ମାଣ କାର୍ଯ୍ୟର ନୀରିକ୍ଷଣ କରିଥିଲେ । ଗତ ବର୍ଷ ଫେବୃୟାରୀରୁ ତାଙ୍କର ଚିକିତ୍ସା ଚାଲୁ ରହିଛି ।