ଜିମେଲ୍ ହେଉଛି ବିଶ୍ୱର ସର୍ବାଧିକ ଲୋକ ବ୍ୟବହାର କରୁଥିବା ଇମେଲ୍ ସେବା । ଆପଣ ବ ଯଦି ଜିମେଲ୍ ବ୍ୟବହାର କରୁଛନ୍ତି ତେବେ ସେଟିଂକୁ ଯାଇ ‘ଟ୍ରାଏ ନିଉ ଜିମେଲ୍’କୁ ଚୟନ କରନ୍ତୁ । ବ୍ୟବହାରକାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ନୂଆ ଜିମେଲ୍ରେ କେତୋଟି ନୂଆ ଫିଚର୍ ରଖାଯାଇଛି । ସେଥିମଧ୍ୟରୁ ୮ଟି ନିମ୍ନରେ ଉଲ୍ଲେଖ କରାଯାଇଛି ।
ଏହି ନୂଆ ଫିଚର୍ ଜରିଆରେ ବ୍ୟବହାରକାରୀ ଏଣିକି ଯେଉଁ ମେଲ୍ ନଚାହିଁବେ ସେ ପଠାଇଥିବା ଉକ୍ତ ମେଲ୍ଟିକୁ କେହି ଅନ୍ୟକୁ ଫରଓ୍ଵାର୍ଡ କରିପାରିବେ ନାହିଁ । ସେଠାରେ ଫରଓ୍ଵାର୍ଡିଂ, ଡାଉନ୍ଲୋଡ, କପି ଏବଂ ପ୍ରିଣ୍ଟିଂ ବିକଳ୍ପକୁ ବ୍ୟବହାରକାରୀଙ୍କ ବ୍ଲକ କରିବାକୁ ହେବ । ବ୍ୟବହାରକାରୀ ଚାହିଁଲେ ନିଜ ମେଲ୍ ପାଇଁ ନିର୍ଦ୍ଦିଷ୍ଟ ଏକ ତାରିଖ ସୀମା ସ୍ଥିର କରିପାରିବେ । ଆପଣଙ୍କ ମେଲ୍କୁ ଆପଣ ଯେତିକି ଦିନ ପର୍ଯ୍ୟନ୍ତ ପ୍ରାପ୍ତକାରୀଙ୍କ ନିକଟରେ ରଖିବାକୁ ଚାହୁଁଥିବେ ସେତିକି ଦିନ ହିଁ ରହିବ । ଆପଣ ସେଟିଂ କରିଥିବା ତାରିଖ ପରେ ମେଲ୍ଟି ଆଉ ଦୃଶ୍ୟମାନ ହେବ ନାହିଁ ।
ଏଥିରେ ୨ ଫ୍ୟାକ୍ଟର ଅଥେଣ୍ଟିକେସନ ପ୍ରୋଟେକସନ ଜରିଆରେ ବ୍ୟବହାରକାରୀ ହେଉଁ ମେଲ୍ ପଠାଇବେ ତାହାକୁ ପଢ଼ିବା ପାଇଁ ପ୍ରାପ୍ତକାରୀଙ୍କୁ ଏକ ପାସ୍କୋର୍ଡ ଦେବାକୁ ହେବ । ଗୁରୁତ୍ୱପୂର୍ଣ୍ଣ ମେଲ୍ଗୁଡ଼ିକୁ ଏଣିକି ସିଡ୍ୟୁଲ କରିହେବ । ବ୍ୟବହାରକାରୀ କୌଣସି ମେଲ୍ ଲେଖି ନିର୍ଦ୍ଦିଷ୍ଟ ଟାଇମ୍ ସେଟିଂ କରି ଦେଲେ ଉପଯୁକ୍ତ ସମୟରେ ମେଲ୍ଟି ସେଣ୍ଡ୍ ହୋଇଯିବ । ଏମିତି ଏକ ସେଟିଂ ରହିଛି ଯାହାକୁ ଆକ୍ଟିଭ୍ କଲେ ଆପଣ ଅଫ୍ଲାଇନ୍ ଥିବା ସମୟରେ ବି ମେଲ୍ ପହଞ୍ଚିବ । ଆପଣଙ୍କ ନିକଟକୁ ମେଲ୍ ଆସିଛି ବୋଲି ଏକ ନୋଟିଫିକେସନ୍ ମିଳିବ । ଯଦି କୌଣସି ମେଲ୍ ଆପଣ ଭୁଲ୍ବଶତଃ ପଢ଼ିନାହାନ୍ତି ତେବେ ଆପଣଙ୍କୁ ନୋଟିଫିକେସନ୍ ଜରିଆରେ ସୂଚୀତ କରାଯିବ। ମେଲ୍ ଓପନ୍ କରିବା ପୂର୍ବରୁ ଆଟାଚମେଣ୍ଟ୍ ଦୃଶ୍ୟମାନ ହେବ । ଅଧିକ ଗୁରୁତ୍ୱପୂର୍ଣ୍ଣ ମେଲ୍ ପାଇଁ ସ୍ୱତନ୍ତ୍ର ନୋଟିଫିକେସନ୍ ଦିଆଯିବ ।