ପ୍ରାକୃତିକ ଉପାୟରେ ସୁନ୍ଦର ତ୍ୱଚା ଚାହାଁନ୍ତି କି ! ଜାଣନ୍ତୁ କ’ଣ କରିବେ

127

ସୁନ୍ଦର ତ୍ୱଚା ପାଇବା ପାଇଁ ସମସ୍ତେ ଚାହାଁନ୍ତି । କିନ୍ତୁ ଏଇ ସୁନ୍ଦରତା ଯଦି ପ୍ରାକୃତିକ ଉପାୟରେ ମିଳେ ତାହେଲେ ଆହୁରି ଭଲ । ନିତିଦିନିଆ ଜୀବନରେ ମହିଳାମାନେ ତ୍ୱଚା ସମ୍ବନ୍ଧୀୟ ଅସୁବିଧା ଯୋଗୁଁ ସବୁବେଳେ ଚିନ୍ତାରେ ଥାଆନ୍ତି । ଯେପରିକି ରାତିରେ ଅନିଦ୍ରା ରହିଲେ ଆଖି ତଳେ କଳା ପଡିଯାଏ ଏବଂ ଯାହାକୁ ଲୁଚାଇବା ପାଇଁ ମହିଳାମାନେ ଅନେକ ଉପାୟ ମଧ୍ୟ ଆପଣେଇ ଥାଆନ୍ତି ।

ଏଥିପାଇଁ ବଜାରରେ ଉପଲବ୍ଧ ଅନେକ ପ୍ରଡକ୍ଟ ମଧ୍ୟ ବ୍ୟବହାର କରନ୍ତି । ଯାହାର ଅନେକ ସାଇଡ ଇଫେକ୍ଟ ମଧ୍ୟ ଦେଖାଯାଇଥାଏ । ଯଦି ଆପଣ ବିନା ସାଇଡ ଇଫେକ୍ଟରେ ସୁନ୍ଦର ତ୍ୱଚା ପାଇବା ପାଇଁ ଚାହାନ୍ତି, କିଛି ପ୍ରାକୃତିକ ଉପାୟ ଆପଣାନ୍ତୁ । କିନ୍ତୁ ଏହା ଗୋଟିଏ ରାତିରେ ହେଲା ଭଳି କେଣସି ଯାଦୁ ନୁହଁ । ଏଥିପାଇଁ ଆପଣଙ୍କୁ ଟିକେ ଧୈର୍ଯ୍ୟ ରଖିବାକୁ ପଡିବ ।

  • ରାତିରେ ଶୋଇବା ପୂର୍ବରୁ ସବୁବେଳେ ମେକଅପକୁ ଭଲରେ ସଫାକରନ୍ତୁ । ରାତିରେ ତ୍ୱଚାକୁ ବିଶ୍ରାମ ଦରକାର କିନ୍ତୁ ମେକଅପ କରିବା ଦ୍ୱାରା ତ୍ୱଚାର ଛିଦ୍ର ବନ୍ଦ ହୋଇଯାଏ । ଯାହାଦ୍ୱାରା ଆପଣଙ୍କ ଚେହେରାରେ କଳାଦାଗ ଦେଖାଯାଏ । ମେକଅପ ହଟାଇବା ପାଇଁ ତୁଳାରେ ଅଲିଭ ତେଲ ଲଗାଇ ଚେହେରା ସଫା କରନ୍ତୁ । ଏହା ପରେ ଅଲିଭ ତେଲରେ ମୁହଁକୁ ମାଲିସ କରନ୍ତୁ ।
  • ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆପଣଙ୍କ ଖାଦ୍ୟଶୃଙ୍ଖଳ କିପରି । ଆପଣ ଖାଦ୍ୟରେ ତଟକା ଫଳ , ସବୁଜ ପନିପରିବା ପ୍ରଚୁର ମାତ୍ରାରେ ଖାଆନ୍ତୁ । ଭିଟାମିନ ସି ରେ ଭରପୁର ଓ କମ ଫ୍ୟାଟଯୁକ୍ତ ଖାଦ୍ୟ ଖାଆନ୍ତୁ ।
  • ନିୟମିତ ରୁପରେ ଏକ୍ସରସାଇଜ କରନ୍ତୁ । ରନିଂ, ଜଗିଂ ଓ ଯୋଗ ଶରୀର ପାଇଁ ବହୁତ ଜରୁରୀ । ୱାର୍କଆଉଟ କରିବା ଦ୍ୱାରା ଶରୀର ସୁସ୍ଥ ରହେ ।
  • ଆପଣଙ୍କ ଶରୀର ପାଇଁ ପ୍ରାୟ ୮ ଘଂଟା ଶୋଇବା ଜରୁରୀ । ଏହା ଦ୍ୱାରା ମୁହଁ ସତେଜ ରହେ । ଏହା ସହ ମୁହଁରେ ସପ୍ତାହରେ ୩ ଥର ମହୁ ଲଗାନ୍ତୁ ।