ଅକ୍ଷୟ ତୃତୀୟାରେ ସୁନା କିଣିବାକୁ ଜୁଏଲାରୀ ଦୋକାନରେ ଲୋକଙ୍କ ଭିଡ ! ସୁନାର ଦର ଟିକେ ଉଚ୍ଚା ଥିଲେ ମଧ୍ୟ କମିନି ସୁନାର ଚମକ

35

କନକ ବ୍ୟୁରୋ : ସୋରୁମରେ ୨୪ କ୍ୟାରେଟ୍ ସୁନାର ସମ୍ଭାର । ଆଖି ଲାଖି ଗଲା ଭଳି ଭଳିକି ଭଳି ଡିଜାଇନର ଅଳଙ୍କାର । ଅକ୍ଷୟ ତୃତୀୟାରେ ସୁନା କିଣିବାକୁ ଲାଗିଛି ଭିଡ । ଦିନ ତମାମ ଗ୍ରାହକଙ୍କ ଗହଳି । ଏଥର ସୁନାର ଦର ଟିକେ ଉଚ୍ଚା ରହିଛି, ତଥାପି କମିନି ସୁନାର ଚମକ ।

ସୁନା ପ୍ରତି ସବୁଦିନେ ସମସ୍ତଙ୍କ ମୋହ । ହେଲେ ଯେମିତି ଅପେକ୍ଷା କରିଥାଏ ଅକ୍ଷୟ ତୃତୀୟା । ଗ୍ରାହକଙ୍କ ମନପସନ୍ଦର ଗହଣା ସାଙ୍ଗକୁ ଏଥର ଅଫରର ବର୍ଷା କରିଛନ୍ତି ବ୍ୟବସାୟୀ । ଅକ୍ଷୟ ତୃତୀୟାରେ ସୁନା କିଣିଲେ ଘରକୁ ଲଷ୍ମୀଙ୍କ ଆଗମନ ହୁଏ , ଧନସମ୍ପତି ବୃଦ୍ଧି ପାଏ । କାଳକ୍ରମେ ଏହି ବିଶ୍ୱାସ ଏବେ ପରମ୍ପରାରେ ବଦଳିଗଲାଣି ।

ପରମ୍ପରା ଓ ବିଶ୍ୱାସ ଆଧାରରେ ସବୁଥର ଭଳି ଏଥର ବି ଭଲ ବ୍ୟବସାୟ ହୋଇଛି । ଜମିଛି ସୁନା କିଣା । ସାରା ରାଜ୍ୟରେ କୁଇଂଟାଲ୍ କୁଇଂଟାଲ୍ ସୁନା ଓ ଅଳଙ୍କାର କିଣିନେଇଛନ୍ତି ଲୋକେ ।