କମେଂଟ୍ ମାରି ଛେଚା ଖାଇଲେ ରୋଡ୍ ରୋମିଓ ! ଜୟପୁରରେ ମଝି ରାସ୍ତାରେ ଯୁବକଙ୍କୁ ଚପଲରେ ପିଟିଲେ ଯୁବତୀ, ଦର୍ଶକ ସାଜିଲେ ଦେଖଣାହାରୀ

31

କନକ ବ୍ୟୁରୋ : ମହଙ୍ଗା ପଡ଼ିଲା ଯୁବତୀଙ୍କୁ କମେଂଟ୍ ମରା । ରାସ୍ତା ମଝିରେ ରୋଡ଼ ରୋମିଓକୁ ଚପଲରେ ପିଟିଲେ ଯୁବତୀ ।  କୋରାପୁଟ ଜିଲ୍ଲା ଜୟପୁର ମେଡ଼ିକାଲ ସାମ୍ନାରେ ଏହି ଘଟଣା ଘଟିଛି  । ଯୁବତୀ ଜଣଙ୍କ ରାସ୍ତାରେ ଯାଉଥିବା ବେଳେ ଏହି ରୋମିଓ ତାଙ୍କୁ କମେଂଟ୍ ମାରିଥିଲେ । ଆଉ ଭାବିଥିଲେ ତାଙ୍କର କମେଂଟ୍ ସହି ଚୁପଚାପ୍ ନିଜ ରାସ୍ତାରେ ଚାଲିଯିବେ ଯୁବତୀ ଜଣକ । ହେଲେ ଏହି ରୋମିଓଙ୍କ ଭାବନାକୁ ସମ୍ପୂର୍ଣ ଭୁଲ ପ୍ରମାଣିତ ହୋଇଥିଲା । ହଠାତ୍ ପଛକୁ ଫେରି ଆସିଥିଲେ ଯୁବତୀ ଜଣକ ।

ଆଉ ତା’ପରେ ଚାଲିଥିଲା ଫୁଲ ଆକ୍ସନ ଡ୍ରାମା । ନିଜ ଚପଲ ଖୋଲି କମେଂଟ୍ ମାରିଥିବା ଯୁବକଙ୍କୁ ନିସ୍ତୁକ ମାଡ଼ ମାରି ଚାଲିଥିଲେ । ଆଉ ତଳେ ପଡିଯାଇ ନିଜ ମୁହଁ ଲୁଚାଇବାକୁ ଚେଷ୍ଟା କରୁଥିଲେ ରୋମିଓ ଜଣକ । ହେଲେ ଛାଡୁ ନଥିଲେ ଯୁବତୀ । ଚପଲରେ ମାରିବା ସହ ଗୋଇଠା ମଧ୍ୟ ମାରିଥିଲେ । ଏମିତି ଚାଲୁଥିବା ବେଳେ ଉପସ୍ଥିତ ଥିବା ଲୋକ କେବଳ ଦେଖଣାହାରି ସାଜିଥିଲେ । ଅନ୍ୟ କିଛି ଲୋକ ମାନସିକ ବିକୃତ ପିଲାଟାକୁ ଛାଡ଼ି ଦିଅ ବୋଲି ମଧ୍ୟ କହିଥିଲେ । ହେଲେ ଯୁବତୀ ଜଣକ କାହା କଥାକୁ ନଶୁଣି ମାଡ ଉପରେ ମାଡ କସି ଚାଲିଥିଲେ ।