ପୁଣି ବିବାଦୀୟ ବୟାନ ଦେଲେ ମୋଦି ମନ୍ତ୍ରୀ : ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଆଗାମୀ ଦିନରେ କେବଳ ଗାଈ ଜନ୍ମ ନେବେ

400

କନକ ବ୍ୟୁରୋ : ମୋଦି ମନ୍ତ୍ରୀଙ୍କ ଅଜବ ଯୁକ୍ତି । ସବୁବେଳେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିଧିକୁ ଆସୁଥିବା ଗିରିରାଜ ସିଂ ପୁଣି ଥରେ ବଡ଼ ବୟାନ ଦେଇଛନ୍ତି । ଆଗାମୀ ସମୟରେ ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ କେବଳ ଗାଇ ଜନ୍ମ ହେବ ବୋଲି ଅଜବ ଯୁକ୍ତି ବାଢ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । ସରକାର ଲିଙ୍ଗ ନିର୍ଦ୍ଧାରଣ କରୁଥିବା ଜ୍ଞାନକୌଶଳ ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି କେନ୍ଦ୍ର ସରକାର । ଖୁବ ଶୀଘ୍ର ଏହି ଯୋଜନା ପ୍ରଣୟନ ହେବ ।

ନୂଆ ଜ୍ଞାନକୌଶଳ ଦ୍ୱାରା ଆଗକୁ କେବଳ ଗାଈ ଜନ୍ମ ନେବେ । କେନ୍ଦ୍ର ସରକାରଙ୍କ ଏହି ଯୋଜନା ଦ୍ୱାରା ଆୟ ବଢ଼ିବା ସହ ଲାଭବାନ୍ ହୋଇପାରିବେ କୃଷକ । ଚାଷୀଙ୍କ ଆର୍ଥିକ ବିକାଶ ସହଜ ହେବ । ଏହାସହ ଗିରିରାଜ ସିଂ, କହିଛନ୍ତି କ୍ଷୀର ଦେବା ବନ୍ଦ କଲେ ଆଇଭି ଜ୍ଞାନକୌଶଳ ମାଧ୍ୟରେ ଗାଈକୁ ଅଧିକ ଉତ୍ପାଦକ କରାଯାଇପାରିବ । କେବଳ ଏତିକି ନୁହେଁ ଏହି ସରକାରୀ ନିୟମ ଯୋଗୁଁ ଗାଇଗୋରୁ ସଡ଼କରେ ବୁଲିବେନି । ମଦର ଡାଏରୀର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ରୀୟ ପଶୁପାଳନ ମନ୍ତ୍ରୀ ପଶୁପାଳନ ମନ୍ତ୍ରୀ ।