ଗଜପତିର ଖଜୁରି ଗୁଡ଼କୁ ଜିଆଇ ମାନ୍ୟତା ପାଇଁ ଆବେଦନ । ଆୟୁର୍ବେଦିକ ଔଷଧରେ ବ୍ୟବହାର ହେବା ସହ ପରୀକ୍ଷାଗାରରେ ପ୍ରମାଣିତ ହୋଇସାରିଛି ଖଜୁରି ଗୁଡ଼ର ସ୍ୱତନ୍ତ୍ରତା

ଗଜପତିର ଖଜୁରି ଗୁଡ଼କୁ ଜିଆଇ ମାନ୍ୟତା ପାଇଁ ଆବେଦନ । ଆୟୁର୍ବେଦିକ ଔଷଧରେ ବ୍ୟବହାର ହେବା ସହ ପରୀକ୍ଷାଗାରରେ ପ୍ରମାଣିତ ହୋଇସାରିଛି ଖଜୁରି ଗୁଡ଼ର ସ୍ୱତନ୍ତ୍ରତା

କନକ ବ୍ୟୁରୋ : ଗଜପତି ଖଜୁରି ଗୁଡ଼କୁ ଜିଆଇ ମାନ୍ୟତା ଲାଗି ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ରାଜ୍ୟ ତାଳଗୁଡ଼ ସମବାୟ ସଂଘ ଲିମିଟେଡ୍‌ ପକ୍ଷରୁ କେନ୍ଦ୍ର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରାଳୟର ଆଇପିଆର୍‌ ବିଶେଷଜ୍ଞ ଡ. ପି. କାର୍ତିକେୟନଙ୍କ ମାଧ୍ୟମରେ ଆବେଦନ କରାଯାଇଛି। ଆବେଦନ ନଂ ରହିଛି ୬୯୦। ଅନ୍ୟ ଗୁଡ଼ ତୁଳନାରେ ଖଜୁରି ଗୁଡ଼ର ସ୍ବତନ୍ତ୍ରତା ରହିଛି। ଏହା ବିଭିନ୍ନ ଭିଟାମିନ୍‌ର ସମାହାର। ଆଖୁ ରସରୁ ପ୍ରସ୍ତୁତ ଗୁଡ଼ ତୁଳନାରେ ଏଥିରେ କମ୍ ଶର୍କରା ଥିବାରୁ ଏହା ମଧୁମେହ ରୋଗୀମାନଙ୍କ ପାଇଁ ଉପାଦେୟ ହୋଇଥାଏ।

ଗଜପତି ଜିଲ୍ଲାର ୫ଟି ବ୍ଲକ୍‌ରେ ଏହାର ୯ଟି ଉତ୍ପାଦନକାରୀ ସମିତି ରହିଥିବା ବେଳେ ପ୍ରାୟ ୧୫ଶହ ପରିବାର ଏହାର ପ୍ରସ୍ତୁତି ସହିତ ଜଡ଼ିତ । ଏହି ବ୍ଲକ୍‌ଗୁଡ଼ିକରେ ଖଜୁରି ଗୁଡ଼ର ଉତ୍ପାଦନ ଏପ୍ରିଲ ଶେଷ ପର୍ଯ୍ୟନ୍ତ ହୋଇଥାଏ। ଜିଲ୍ଲାର ୬୦ ପ୍ରତିଶତ ଅଞ୍ଚଳ ପାହାଡ଼ିଆ ହୋଇଥିବାରୁ ବହୁତ ପରିମାଣରେ ଖଜୁରି ଗଛ ହୋଇଥାଏ। ଗଜପତି ଜିଲ୍ଲାରେ ପାରମ୍ପରିକ ପଦ୍ଧତିରେ ଏହି ଗୁଡ଼ ପ୍ରସ୍ତୁତ କରାଯାଇଥାଏ । ଖଜୁରି ଗଛର ନୀରରୁ ଏହି ଗୁଡ଼ ପ୍ରସ୍ତୁତ କରାଯାଇଥାଏ। ଏଥିରେ କୌଣସି କୃତ୍ରିମ ରସାୟନ ବା ରଙ୍ଗର ବ୍ୟବହାର କରାଯାଇ ନଥାଏ। ଏଣୁ ଏହି ଗୁଡ଼ର ଏକ ସ୍ୱତନ୍ତ୍ର ସ୍ୱାଦ ଓ ରଙ୍ଗ ରହିଛି। କେନ୍ଦ୍ର ସରକାରଙ୍କ ପରୀକ୍ଷାଗାରରେ ମଧ୍ୟ ଏହାର ସ୍ୱତନ୍ତ୍ରତା ପ୍ରମାଣିତ ହୋଇଛି। ଏହାର ମଧ୍ୟ ଅନେକ ଔଷଧୀୟ ଗୁଣ ରହିଥିବାରୁ ଏହାକୁ ଆୟୁର୍ବେଦ ଔଷଧରେ ବ୍ୟବହାର କରାଯାଇଥାଏ।

ଖଜୁରି ଗୁଡ଼କୁ ଜିଆଇ ମାନ୍ୟତା ପ୍ରଦାନ କରିବା ପାଇଁ ଗତ ୮ମାସ ଧରି ଉଦ୍ୟମ ଜାରି ରହିଥିଲା। ସିଟିଟିସର ବିଶେଷଜ୍ଞ ପି. କାର୍ତିକୟେନ ଓ ଓଆରଟିଏସ୍‌ଏସ୍‌ର ପରିଚାଳନା ନିର୍ଦ୍ଦେଶକ ଚିଦାନନ୍ଦ ମିଶ୍ର ବିଭିନ୍ନ ସଂସ୍ଥା, ଗବେଷକଙ୍କ ସହିତ ଆଲୋଚନା ଜାରି ରଖିଥିଲେ। ଖଜୁରି ଗୁଡ଼ର ଡକ୍ୟୁମେଣ୍ଟେସନ୍‌ ସମେତ ଐତିହାସିକ ତଥ୍ୟ ଓ ବୈଜ୍ଞାନିକ ପ୍ରମାଣକୁ ସଂଗ୍ରହ କରାଯିବା ପରେ ଜିଆଇ ପାଇଁ ଆବେଦନ କରାଯାଇଥିବା ସିଟିଟିସି-ଆଇପିଏଫ୍‌ସର ମୁଖ୍ୟ ସଚ୍ଚିକାନ୍ତ କର ସୂଚନା ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe