ଗଞ୍ଜାମରେ ଆଇନଶୃଙ୍ଖଳାକୁ ଗୁରୁତ୍ୱ । ଅପରାଧରେ ଜଡିତ ପ୍ରବାସୀ ଓଡିଆଙ୍କ ଚାଲିଛି ତାଲିକା ପ୍ରସ୍ତୁତି । ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତି ଥାନାଧିକାରୀଙ୍କୁ ଏସପିଙ୍କ ନିର୍ଦ୍ଦେଶ । 

176

କନକ ବ୍ୟୁରୋ : ରାଜ୍ୟକୁ ଆସିଥିବା ପ୍ରବାସୀ ଓଡିଆଙ୍କ ଉପରେ ନଜର ରଖିଛି ପୁଲିସ ପ୍ରଶାସନ । ଏନେଇ ସୂଚନା ଦେଇଛନ୍ତି ଗଂଜାମ ଏସପି ବ୍ରିଜେଶ ରାଏ । ଜିଲ୍ଲାରେ ଘଟୁଥିବା ବିଭିନ୍ନ ଅପରାଧ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।  ଗଂଜାମରେ ଅଧିକ ପ୍ରବାସୀ ଶ୍ରମିକ ଫେରିଥିବା ଗାଁ ଗୁଡିକ ଉପରେ ପୁଲିସ ନଜର ରଖିଛି ଓ ସେମାନଙ୍କ ଗତିବିଧି ଯାଂଚ କରାଯାଉଛି ।

ଫେରିଥିବା ପ୍ରବାସୀଙ୍କ ମଧ୍ୟରୁ ଅପରାଧ ମାମଲାରେ ଜଡିତଙ୍କ ତାଲିକା ପ୍ରସ୍ତୁତ କରିବାପାଇଁ ସବୁ ଥାନାର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅପରାଧ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ରକ୍ଷା ଉପରେ ପୁଲିସ ସତର୍କ ନଜର ରଖିଛି ବୋଲି କହିଛନ୍ତିି ଏସପି ।