କନକ ବ୍ୟୁରୋ : ରାଜ୍ୟକୁ ଆସିଥିବା ପ୍ରବାସୀ ଓଡିଆଙ୍କ ଉପରେ ନଜର ରଖିଛି ପୁଲିସ ପ୍ରଶାସନ । ଏନେଇ ସୂଚନା ଦେଇଛନ୍ତି ଗଂଜାମ ଏସପି ବ୍ରିଜେଶ ରାଏ । ଜିଲ୍ଲାରେ ଘଟୁଥିବା ବିଭିନ୍ନ ଅପରାଧ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଗଂଜାମରେ ଅଧିକ ପ୍ରବାସୀ ଶ୍ରମିକ ଫେରିଥିବା ଗାଁ ଗୁଡିକ ଉପରେ ପୁଲିସ ନଜର ରଖିଛି ଓ ସେମାନଙ୍କ ଗତିବିଧି ଯାଂଚ କରାଯାଉଛି ।
ଫେରିଥିବା ପ୍ରବାସୀଙ୍କ ମଧ୍ୟରୁ ଅପରାଧ ମାମଲାରେ ଜଡିତଙ୍କ ତାଲିକା ପ୍ରସ୍ତୁତ କରିବାପାଇଁ ସବୁ ଥାନାର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅପରାଧ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ରକ୍ଷା ଉପରେ ପୁଲିସ ସତର୍କ ନଜର ରଖିଛି ବୋଲି କହିଛନ୍ତିି ଏସପି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/13-24.jpg)