ପୁଲିସ୍ ଗୁଳିରେ ଟଳିପଡ଼ିଲା ଅପରାଧୀ ! ଋଷିକୁଲ୍ୟା ବ୍ୟାଙ୍କ ଡକାୟତି ଘଟଣାର ଅଭିଯୁକ୍ତ ଶ୍ରୀକାନ୍ତ ରଣା ମୃତ, ଗୌରୀ ସ୍ୱାଇଁ ଆହତ

କୁଖ୍ୟାତ ଡକାୟତ ଓ ଟିଟୋ ଗ୍ୟାଙ୍ଗର ସଦସ୍ୟ ଚଗଲାକୁ ଏନକାଉଣ୍ଟର କଲା ନୟାଗଡ ପୋଲିସ୍ ! ରଣପୁର ଗ୍ରାମ୍ୟ ବ୍ୟାଙ୍କ ଡକାୟତିର ଥିଲା ମାଷ୍ଟରମାଇଣ୍ଡ ।

image courtesy-http://odishasamaya.com

କନକ ବ୍ୟୁରୋ : ପୁଲିସ୍ ଏନକାଉଂଟରରେ ଅପରାଧୀ ମୃ୍ତ, ଅନ୍ୟ ଜଣେ ଆହତ । ଭଞ୍ଜନଗର ଓ ବୁଗୁଡ଼ା ପୋଲିସ ମିଳିତ ଏନକାଉଂଟରରେ ଋଷିକୁଲ୍ୟା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାର ଅଭିଯୁକ୍ତ ଶ୍ରୀକାନ୍ତ ରଣାଙ୍କ ମୃତ୍ୟୁ ହୋଇଛି । ଶ୍ରୀକାନ୍ତଙ୍କୁ ବୁଗୁଡ଼ାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଏନକାଉଂଟର ଘଟିଛି । ବାଘୁଆ ଜଙ୍ଗଲ ନିକଟରେ ଶ୍ରୀକାନ୍ତ ରଣା ଓ ଗୌରୀ ସ୍ୱାଇଁ ବଡ଼ ଧରଣର ଡକାୟତି ଯୋଜନା କରୁଥିବା ନେଇ ପୁଲିସକୁ ଖବର ମିଳିଥିଲା ।

publive-image

ଏହାପରେ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ସେଠାରେ ପହଂଚିବା ପରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପୁଲିସ୍ ଗୁଳିରେ ଉଭୟ ଶ୍ରୀକାନ୍ତ ଓ ଗୌରୀ ଆହତ ହୋଇଥିଲେ । ତେବେ ମେଡିକାଲ ନେବା ବାଟରେ ଶ୍ରୀକାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗୌରୀ ଏବେ ବ୍ରହ୍ମପୁର ହସ୍ପିଟାଲରେ ଚିକିତ୍ସାଧୀନ ଅଛି । ଏହି ଦୁଇ ଜଣଙ୍କ ନାଁରେ ଦାଦାବଟୀ, ଚୋରି ଭଳି ଏକାଧିକ ମାମଲା ରହିଛି । ଗଂଜାମ ପୁଲିସର ଅପରେସନ୍ କ୍ଲିନ୍ ଅଭିଯାନରେ ଏହା ଥିଲା ୪୧ତମ ଏନକାଉଂଟର । ଆଉ ଏନକାଉଂଟରରେ ପ୍ରଥମ ମୃତ୍ୟୁ ଘଟଣା ଆଜି ସାମ୍ନାକୁ ଆସିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe