ରେଡ଼୍ ଜୋନରେ ଗଞ୍ଜାମ : ଆଜି ଗୋଟିଏ ଦିନରେ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଗଞ୍ଜାମ ଜିଲ୍ଲାକୁ ରେଡ଼୍ ଜୋନ୍ ଘୋଷଣା କଲେ ସରକାର । ଅରେଞ୍ଜ ଜୋନରେ ସାମିଲ ହେଲା ମୟୂରଭଞ୍ଜ ଓ ଜଗତସିଂପୁର ।

1,747

କନକ ବ୍ୟୁରୋ : ରେଡ଼୍ ଜୋନକୁ ଆସିଲା ଗଞ୍ଜାମ ଜିଲ୍ଲା । ଗଞ୍ଜାମ ଜିଲ୍ଲାକୁ ରେଡ଼୍ ଜୋନ୍ ଘୋଷଣା କଲେ ରାଜ୍ୟ ସରକାର । ଗୋଟିଏ ଦିନରେ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଏପରି ନିଷ୍ପତ୍ତି ନେଇଛନ୍ତି ସରକାର । ଜିଲ୍ଳାରେ ୨୧ ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଳାକୁ ରେଡ ଜୋନ ଘୋଷଣା କରିଛନ୍ତି ସରକାର । ଆଜି ଗଂଜାମରୁ ୧୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୂର୍ବରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆକ୍ରାନ୍ତଙ୍କ ସଂଖ୍ୟା ଅଳ୍ପ ସମୟସୀମା ମଧ୍ୟରେ ଦୁଇଗୁଣା ହୋଇଥିବାରୁ ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଆଜି ଗୋଟିଏ ଦିନରେ ଗଞ୍ଜାମ ଜିଲ୍ଲାରେ ୧୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେପଟେ ଜଗତସିଂହପୁର ଓ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ଜୋନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୟୂରଭଞ୍ଜରୁ ଆଜି ପ୍ରଥମ କରି ୩ କରେନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୪୩ ଦିନ ଗ୍ରୀନଜୋନରେ ରହିବା ପରେ ଆଜି ମୟୁରଭଞ୍ଜ ମଧ୍ୟ ରାଜ୍ୟ କରୋନା ମ୍ୟାପରେ ସମିଲ ହୋଇଛି । ସୁରଟରୁ କପ୍ତିପଦା ବ୍ଲକକୁ ଫେରିଥିବା ୨୦ ଜଣଙ୍କ ମଧ୍ୟରୁ ୩ଜଣ ଙ୍କ ନମୁନା ପଜିଟିଭ୍ ବାହାରିଛି । ସେମାନଙ୍କ ବୟସ ଯଥାକ୍ରମେ ୨୧, ୩୬, ୪୪ ବର୍ଷ । ସମସ୍ତ ୩ ଜଣଙ୍କୁ କଟକ ସ୍ଥିତ କୋଭିଡ୍-୧୯ ହସ୍ପିଟାଲକୁ ପଠାଇ ଦିଆଯାଇଛି । ଏହି ଆକ୍ରାନ୍ତ ମାନେ ସୁରଟରୁ ଆସି ବ୍ଲକ ସ୍ତରୀୟ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ। ତେଣୁ ସ୍ଥାନୀୟ ଲୋକ ଓ ପରିବାର ସହିତ ମିଶି ନଥିବାରୁ ଅଧିକ ସଂକ୍ରମିତ କରିନାହାନ୍ତି ବୋଲି ସୁଚନା ଦେଇଛନ୍ତି ମୟୁରଭଞ୍ଜ ଜିଲ୍ଲାପାଳ।

ସେହିପରି ଜଗତସିଂହପୁରରେ ଗତକାଲି ୪ ଆକ୍ରାନ୍ତ ଚିହ୍ନଟ ପରେ ଅରେଂଜ ଜୋନକୁ ଆସିଛି । ଭୁବନେଶ୍ୱର ମହାନଗର ନିଗମ ସମେତ ୪ଟି ଜିଲ୍ଳାକୁ ବାଲେଶ୍ୱର, ଭଦ୍ରକ,ଯାଜପୁର, ଗଂଜାମ ରେଡ ଜୋନରେ ସାମିଲ ହୋଇଛି । ସେହିପରି ଅରେଞ୍ଜ ଜୋନରେ ୧୨ଟି ଜିଲ୍ଳା ଥିବା ବେଳେ ୧୪ଟି ଜିଲ୍ଲା ଗ୍ରୀନ ଜୋନରେ ଅଛନ୍ତି ।