ଗଞ୍ଜାମ ଜିଲ୍ଲାରେ କରୋନା କଟକଣା : ସମସ୍ତ ପ୍ରବେଶ ପଥରେ ଲାଗିବ ସିସିଟିଭି

1,055

କନକ ବ୍ୟୁରୋ : କରୋନା ମୁକାବିଲା ନେଇ କଟକଣା । ଗଂଜାମ ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ଲାଗିବ ସିସିଟିଭି । ଏହାଛଡା ସମସ୍ତ ଯାନବାହନ ଯାଂଚ ହେବ । ମାଲବାହୀ ଗାଡିର ଚାଳକ ଓ ସହାୟକ ପରିଚୟ ପତ୍ର ଦେଖାଇଲେ ଜିଲ୍ଲା ମଧ୍ୟକୁ ପ୍ରବେଶ କରିପାରିବେ । ଏହା ସହ ମାଲବାହୀ ଗାଡିରେ ଯାତ୍ରୀ ପରିବହନ କଲେ ଡ୍ରାଇଭରଙ୍କୁ ଗିରଫ କରାଯିବ ଓ ଗାଡି ଜବତ ହେବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । ଏହାଛଡା କୌଣସି କର୍ମଚାରୀ ମୁଖ୍ୟାଳୟ ଛାଡିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

କୌଣସି ବାହାର ଲୋକ ଜିଲ୍ଲାରେ ମାସ୍କ ବା ଅନ୍ୟ ସାମଗ୍ରୀ ବାଣ୍ଟି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ସବୁ ଦୋକାନ ଆଗରେ ମାସ୍କ ନାହିଁ ତ ସାଉଦା ନାହିଁ ଲେଖା ଥିବା ବୋର୍ଡ ଲଗାଇବେ । ମାସ୍କ ଲଗାଇ ନଥିଲେ ୨ଶହ ଟଙ୍କାରୁ ଅଧିକ ଜରିମାନା ଆଦାୟ କରାଯାଇ ପାରିବ ନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଗତକାଲି ଗୋଟିଏ ଦିନରେ ଏକ ଲକ୍ଷ ୧୭ ହଜାର ଟଙ୍କା ମାସ୍କ ନପିନ୍ଧିଥିବା ଲୋକଙ୍କ ଠାରୁ ଜରିମାନା ବାବଦରେ ଆଦାୟ କରାଯାଇଛି ବୋଲି ଜଣାପଡିଛି ।