କନକ ବ୍ୟୁରୋ : କରୋନା ପାଇଁ ରଜ ଉପରେ କଟକଣା । କରୋନା ସଂକ୍ରମଣକୁ ଏଡାଇବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ପର୍ବ ପାଳନ ଉପରେ କଟକଣା ଲଗାଇଛନ୍ତି ପ୍ରଶାସନ । କେନ୍ଦୁଝର ପରେ ଗଞ୍ଜାମ ଓ ଖୋର୍ଦ୍ଧାରେ କଟକଣା ଲଗାଯାଇଛି । ଗଞ୍ଜାମରେ ୧୧ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ୬ ଦିନ ଧରି କଟକଣା ଲଗାଯାଇଛି । ଏହି ସମୟରେ ଦୋଳି ଖେଳ, ମେଳା, ମହୋତ୍ସବ ଓ ଭୋଜିଭାତ କରାଯାଇ ପାରିବନାହିଁ ।
ତେବେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସହ ଲୁଗା ଦୋକାନ ଓ ଷ୍ଟେସନାରୀ ଦୋକାନ ଗୁଡିକ ସକାଳ ୭ରୁ ସଂଧ୍ୟା ୭ପର୍ଯ୍ୟନ୍ତ ଖୋଲା ରହିବ, ଏବଂ ଅନ୍ୟ ସମସ୍ତ ଦୋକାନ ସକାଳ ୭ରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ । ସେହିପରି ଖୋର୍ଦ୍ଧାରେ ଖୋର୍ଦ୍ଧାରେ ରଜ ପାଳନ ଉପରେ କଟକଣା ଜାରି କରାଯାଇଛି । ବାହାରେ ଭିଡ ଜମାଇବା ଉପରେ କଟକଣା ଲଗାଇଛି ପ୍ରଶାସନ । ସମସ୍ତ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରାଯାଇଛି । ଏକାଠି ରଜ ପାଳିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/30-5.jpg)