ମାଲକାନଗିରିରେ ଗଞ୍ଜେଇ ଚାଲାଣର ନୂଆ ତରିକା ! ନୀଳବତୀ ଲଗାଇ ନକଲି ଆମ୍ବୁଲାନ୍ସରେ ଚାଲିଛି ଚୋରା ଚାଲାଣ

30

କନକ ବ୍ୟୁରୋ : ନକଲି ଆମ୍ବୁଲାନ୍ସ ଗାଡିରେ ଗଂଜେଇ ଚାଲାଣ । ମାଲକାନଗିରି ଜିଲ୍ଲା ଓରକେଲ ଥାନା ଅନ୍ତର୍ଗତ ଏମ.ଭି ୩୨ ଗାଁ ନିକଟରେ ଦୁର୍ଘଟଣା ହୋଇଥିବା ଗାଡିରୁ ମିଳିଛି ଗଞ୍ଜେଇ । ଏଥିରେ ୪ଟି ଅଖାରେ ପ୍ରାୟ ୨ କ୍ୱିଂଟାଲ ଗଞ୍ଜେଇ ଥିବା ଜଣାପଡିଛି । ଦୁର୍ଘଟଣା ପରେ ଗାଡି ଡ୍ରାଇଭର ଓ ତାର ସହେଯାଗୀ ଫେରାର ହୋଇଯାଇଛନ୍ତି । ସେହିପରି ଓରକେଲ ଥାନା ନୁଆଗୁଡା ଗାଁ ନିକଟରେ ଦୁଇଟି ଭିନ୍ନ ଭିନ୍ନ ଘଟଣାରେ ଦୁଇଟି ଟମାଟୋ ବୋଝେଇ ଟ୍ରକରେ ଗଂଜେଇ ଚାଲାଣ ହୋଉ ଥିବା ବେଳେ ଏହାକୁ ଜବତ କରିଛି ପୋଲିସ । ଗୋଟିଏ ମିନି ଟ୍ରକରୁ ପ୍ରାୟ ୩ କ୍ୱିଂଟାଲ ଗଂଜେଇ ଜବତ ହୋଇଛି । ଅନ୍ୟ ଏକ ଗାଡିରୁ ୧୦ କ୍ୱିଂଟାଲ ଗଞ୍ଜେଇ ମିଳିଛି । ପୂର୍ବରୁୁ ମାଲକାନଗିରି ଜିଲ୍ଲାରେ ନଡିଆ ବୋଝେଇ ଭ୍ୟାନ, ପେଟ୍ରୋଲ ଟ୍ୟାଙ୍କର ଯୋଗେ ଗଂଜେଇ ଚାଲାଣ କରା ଯାଉଥିବାର ନଜିର ରହିଛି । ତେବେ ଏଥର ଆମ୍ବୁଲାନ୍ସ ନାଁରେ ଗଂଜେଇ ଚାଲାଣ ଘଟଣା ସମସ୍ତଙ୍କୁ ଚକିତ କରିଛି ।

ମିଳିଥିବା ସୂଚନା ଅନୁଯାୟୀ,  ଗତକାଲି ସନ୍ଧ୍ୟାରେ ଦୃତଗତିରେ ଚିତ୍ରକୋଣ୍ଡା ଆଡୁ ଆସୁଥିବା  ଓଆର୦୨ ଜି ୬୫୨୩ ନମ୍ବର ବିଶିଷ୍ଟ ମିନିଟ୍ରକକୁ ପୋଲିସ ଅଟକାଇବାକୁ ଚେଷ୍ଟା କରିବାରୁ ଡ୍ରାଇଭର ଦୃତଗତିରେ ଗାଡ଼ି ନେଇ ପଳାଇଯିବାକୁ ଚେଷ୍ଟା କରିଥିଲା । ତେବେ ପୁଲିସ ଏହାକୁ ଗୋଡ଼ାଇ ଧରିବା ସହିତ ଏହା ଭିତରୁ ୩ କ୍ୟୁଣ୍ଟାଲ ୧୫ କେଜି ୯ଶହ ଗ୍ରାମର ଗଞ୍ଜେଇ ଜବତ କରିଥିଲା ।