ଜୟପୁରରୁ ସାଢ଼େ ୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ଜଣେ ମହିଳାଙ୍କ ସହ ଦୁଇ ଅଭିଯୁକ୍ତ ଗିରଫ

353

କନକ ବ୍ୟୁରୋ : ଜୟପୁରରୁ ସାଢ଼େ ୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । କୋରାପୁଟ ଜିଲ୍ଲାରୁ ସାଢ଼େ ୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ଜଣାଯାଇଛି । ଏହି ମାମଲାରେ ଜଣେ ମହିଳାଙ୍କ ସହ ଦୁଇ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଥିବା ବେଳେ ମାଷ୍ଟର ମାଇଣ୍ଡ ଫେରାର୍ ହୋଇ ଯାଇଥିବାର ଖବର ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ କୋରାପୁଟ ଜିଲ୍ଲାର ଲମତାପୁଟରୁ ଜୟପୁରକୁ ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବାର ଖବର ପାଇ ଜୟପୁର ସଦର ଥାନା ଅଧିକାରୀ ଆଦିତ୍ୟ ମହାକୁର ସଦଳବଳେ ପାତ୍ରପୁଟ ବ୍ରିଜ୍ ନିକଟରେ ଉକ୍ତ କାକୁ ଅଟକାଇଥିଲେ । ଉକ୍ତ କାରରୁ ୨୨ ପ୍ୟାକେଟ୍ ଗଞ୍ଜେଇ ଜବତ କରିଥିଲେ। ସେହି କାରରେ ଥିବା ତିନିଜଣଙ୍କୁ ଗିରଫ କରାଯାଇଥିଲା।

ଗିରଫ ହୋଇଥିବା ଚାଲାଣକାରୀଙ୍କ ମଧ୍ୟରେ ବିହାରର ଅରବିନ୍ଦ କୁମାର, ଆସାମର କାମଲ ସୁନାର ଓ ଶିଳ୍ପୀ ଆଚାରୀ ଅଛନ୍ତି। ତେବେ ଏହି ରାକେଟର ମାଷ୍ଟରମାଇଣ୍ଡ ହାପି ଓରଫ ଖ୍ରିଷ୍ଟିଆନୋ ଏବଂ ସମୀର ଓରଫ ସୁନାଧର ପାଙ୍ଗି ଫେରାର୍ ହେବାରେ ସଫଳ ହୋଇଥିବା କୁହାଯାଉଛି। ଏହି ଚଢଉରେ ଜୟପୁର ସଦର ଥାନାଧିକାରି ଆଦିତ୍ୟ ମହାକୁରଙ୍କ ବ୍ୟତୀତ ଏସ୍ ଆଇ ଏନ କେ ଟପ୍ପୋ ଓ ଏ ଏସ୍ ଆଇ ଏସ କେ ସାମଲ ପ୍ରମୁଖ ସାମିଲ ଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.