କନକ ବ୍ୟୁରୋ : ରାଜ୍ୟରେ ଗଞ୍ଜେଇ ଚାଷକୁ ମିଳିବନି ଅନୁମତି । ଏହା ଆଜି ସ୍ପଷ୍ଟ କରିଛନ୍ତି ଅବକାରୀ ବିଭାଗ ସଚିବ ସୁଶୀଲ କୁମାର ଲୋହାନୀ । ଗଂଜେଇ ଚାଷ ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି ରାଜ୍ୟ ଆଇନ୍ ବିଭାଗ । ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆୟୋଜିତ ଏକ ବୈଠକ ଏଭଳି ନିଷ୍ପତ୍ତି ନିଆଯାଇଛି।
ଗଞ୍ଜେଇରେ ବହୁ ଔଷଧିୟ ଗୁଣଥିବା ଦର୍ଶାଇ କିଛି ଅନେକ ଶିଳ୍ପ ସଂସ୍ଥା ଗଞ୍ଜେଇ ଚାଷକୁ ପାଇଁ ଅନୁମତି ଦେବାକୁ ପ୍ରସ୍ତାବ ଦେଇଥିଲେ । ନିଜ ଜମିରେ ଗଞ୍ଜେଇ ଚାଷ କରିବା ପାଇ ଚାଷୀଙ୍କୁ ଅନୁମତି ପ୍ରଦାନ କରାଯାଉ ବୋଲି କୁହାଯାଇଥିଲା । ହେଲେ ଏହି ପ୍ରସ୍ତାବକୁ ଆଇନ୍ ବିଭାଗ ଖାରଜ କରିଦେଇଥିବା କହିଛନ୍ତି ଅବକାରୀ ବିଭାଗ ସଚିବ ସୁଶୀଲ ଲୋହାନୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/2-1.jpg)