କଳାହାଣ୍ଡିରେ ଲଜ୍ଜା : ଜଙ୍ଗଲରେ ପ୍ରେମୀଯୁଗଳଙ୍କୁ ଏକୁଟିଆ ପାଇ ଯୁବତୀଙ୍କୁ ଗଣଦୁଷ୍କର୍ମ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ନିଜ ଆଡୁ ତଦନ୍ତ ଆରମ୍ଭ କଲା ପୋଲିସ

4,082

କନକ ବ୍ୟୁରୋ : କଳାହାଣ୍ଡିରେ ଲଜ୍ଜା । ଜଙ୍ଗଲରେ ପ୍ରେମୀଯୁଗଳକୁ ଏକୁଟିଆ ପାଇ ଯୁବତୀକୁ ଗଣଦୁଷ୍କର୍ମ କରିଛନ୍ତି ଦୁର୍ବୃତ । ଜାରିଙ୍ଗ ଜଙ୍ଗଲରେ ଏହି ଘଟଣା ଘଟିଛି । ଗଣଦୁଷ୍କର୍ମ ପରେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଘଟଣା ପରେ ପୋଲିସ ନିଜ ଆଡୁ ତଦନ୍ତ ଆରମ୍ଭ କରିଛି । ଘଟଣା କିଛିଦିନର ହୋଇଥିଲେ ବି ପୋଲିସରେ ଅଭିଯୋଗ ହୋଇନଥିଲା । ଅଭିଯୁକ୍ତ ଯୁବକ ଜୁନାଗଡ ଅଚଂଳର ବୋଲି ଜଣାଯାଇଛି ।

ଗତକାଲି ଠାରୁ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଥିଲା । ମୋବାଇଲରୁ ମୋବାଇଲକୁ ଘୁରି ବୁଲିଥିଲା ଗଣଦୁଷ୍କର୍ମ ଭିଡ଼ିଓ । ଭାଇରାଲ ଭିଡିଓଟି ଜୁନାଗଡର ଜାରିଙ୍ଗ ଜଙ୍ଗଲରେ ଉତ୍ତୋଳନ କରାଯାଇଥିବା କୁହାଯାଉଛି । ତେବେ କିଏ ଓ କେବେ ଏହାକୁ ଉତ୍ତୋଳନ କରିଛନ୍ତି ସେନେଇ କୌଣସୀ ତଥ୍ୟ ମିଳି ପାରିନାହିଁ । ଭିଡିଓରେ ଯୁବକମାନେ ମୁହଁ ପ ଘୋଡ଼ାଇଥିବାର ଦେଖଇବାକୁ ମିଳିଛି । ଅନ୍ୟପଟେ ପୀଡ଼ିତା ଜଣଙ୍କର ମଧ୍ୟ କୌଣସି ପରିଚୟ ମିଳିପାରି ନାହିଁ ।

ଅନ୍ୟପଟେ ଏବେ ସୁଦ୍ଧା ପୀଡ଼ିତାଙ୍କ ପରିବାର ପକ୍ଷରୁ କୌଣସି ଅଭିଯୋଗ ହୋଇନାହିଁ । ତେବେ ଏହି ସମ୍ବେଦଶୀଳ ଘଟଣା ପାଇଁ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।