ମୋବାଇଲ ପ୍ରେମରୁ ଗଣଦୁଷ୍କର୍ମର ଶିକାର ହେଲେ ଆଦିବାସୀ ଯୁବତୀ : ତିନି ଅଭିଯୁକ୍ତ ଥାନାରେ ଅଟକ

1,583

କନକ ବ୍ୟୁରୋ : ମୋବାଇଲ ପ୍ରେମରୁ ଦୁଷ୍କର୍ମର ଶିକାର ହେଲେ ଜଣେ ଆଦିବାସୀ ଯୁବତୀ । ଖାଲି ଦୁଷ୍କର୍ମ ନୁହେଁ ତାହା ପୁଣି ଗଣଦୁଷ୍କର୍ମ । ପ୍ରେମିକ ଏବଂ ତାର ଦୁଇ ସାଙ୍ଗ ଏଭଳି କାଣ୍ଡ ଘଟାଇଥିବାର ଅଭିଯୋଗ ହୋଇଛି । ଏହି ମାମଲାରେ ପୁଲିସ ତିନି ଅଭିଯୁକ୍ତଙ୍କୁ ବି ଥାନାରେ ଅଟକ ରଖିଥିବା ଜଣାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବୈଶିଙ୍ଗା  ଥାନା ଅଧୀନସ୍ଥ ଭୀମପୁର ଗାଁର ଜଣେ ଆଦିବାସୀ ଯୁବତୀ (୨୦)ଙ୍କର ମୋବାଇଲରେ ବେତନଟୀ ଅଞ୍ଚଳର ଦୁର୍ଗା ସୋରେନ୍ ନାମକ ଜଣେ ଯୁବକ ସହ ପ୍ରେମ ହୋଇଯାଏ । ଗତକାଲି ଅପରାହ୍ନରେ ଉକ୍ତ ଯୁବତୀକୁ ଦୁର୍ଗା ସୋରେନ୍ ଏକ ନିଛାଟିଆ ଜାଗାକୁ ଡାକିଥିଲା । ସେଠାରେ ପହଞ୍ଚିବାମାତ୍ରେ ଦୁର୍ଗା ଉକ୍ତ ଯୁବତୀ ସହ ଜୋରଜବରଦସ୍ତି ଦୁଷ୍କର୍ମ କରିଥିଲା । ତାପରେ ତାର ଅନ୍ୟ ଦୁଇ ସାଙ୍ଗଙ୍କୁ ଡାକି ସମାନ କାମରେ ନିୟୋଜିତ କରିଥିଲା ।

ଗଣଦୁଷ୍କର୍ମର ଶିକାର ହେବାପରେ ପୀଡ଼ିତାଙ୍କର ପ୍ରବଳ ରକ୍ତସ୍ରାବ ହୋଇଥିଲା । ତାପରେ ତାକୁ ଡାକ୍ତରଖାନାକୁ ନିଆଯାଇଥିଲା  । ତେଣେ ପୀଡ଼ିତା ପ୍ରେମିକ ଓ ତାର ଦୁଇ ସାଙ୍ଗଙ୍କ ନାମରେ ବୈଶିଙ୍ଗା  ଥାନାରେ ଏତଲା ଦେଇଥିଲା । ଏହାପରେ ତିନି ଅଭିଯୁକ୍ତଙ୍କୁ ପୁଲିସ ଥାନାରେ ଅଟକ ରଖିଥିବା ଜଣାଯାଇଛି ।