କନକ ବ୍ୟୁରୋ : ଆଜି ଓଡିଶା ଆସିବେ ନୂଆ ରାଜ୍ୟପାଳ ଗଣେଶୀ ଲାଲ୍ । ଆସନ୍ତାକାଲି ସନ୍ଧ୍ୟା ୬ଟା ୧୦ମିନିଟରେ କରିବେ ଶପଥ ଗ୍ରହଣ । ତେବେ ରବିବାର ଦିଲ୍ଲୀସ୍ଥିତ ଓଡିଶା ଭବନକୁ ଆସି ସେ ଅବସ୍ଥାନ କରିଛନ୍ତି । ଆଜି ଅପରାହ୍ଣ ଗୋଟାଏ ୧୦ମିନିଟରେ ପ୍ରଫେସର ଲାଲ୍ ଭୁବନେଶ୍ୱରରେ ପହଞ୍ଚିବେ । ରାଜ୍ୟପାଳ ପଦରୁ ଏସସି ଜମିରଙ୍କ ଅବସର ପରେ ବିହାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଓଡିଶାର ଅସ୍ଥାୟୀ ରାଜ୍ୟପାଳ ଦାୟିତ୍ୱ ମିଳିଥିଲା । ଶୁକ୍ରବାର ସନ୍ଧ୍ୟାରେ ପ୍ରଫେସର ଗଣେଶୀ ଲାଲଙ୍କ ନିଯୁକ୍ତି ନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଅପରପକ୍ଷେ ଓଡିଶା ଦାୟିତ୍ୱରେ ଥିବା ବିହାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ରବିବାର ଓଡିଶାରୁ ବିଦାୟ ନେଇଛନ୍ତି ।
ରାଜ୍ୟପାଳ ଭାବେ ନିଯୁକ୍ତ ଗଣେଶୀ ଲାଲ ଏବେ ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଭବନଠାରେ ଅବସ୍ଥାନ କରୁଛନ୍ତି । ଆଜି କିଛି ସାମ୍ବାଦିକଙ୍କ ସହ ସାକ୍ଷାତକାର ବେଳେ ସମ୍ବିଧାନର ଆଇନ ମୁତାବକ ଦାୟିତ୍ୱ ନିର୍ବାହ କରିବେ ବୋଲି କହିଛନ୍ତି। ସେ କହିଛନ୍ତି ଯେ, କିଏ କେଉଁ ପୃଷ୍ଠଭୂମିରୁ ଆସିଛନ୍ତି ତାହା ଉପରେ ଗୁରୁତ୍ୱାରୋପ ନକରି ନ୍ୟାୟୋଚିତ ଭାବେ ଦାୟିତ୍ୱ ତୁଲାଇବେ। ଏଥିସହିତ, ରାଜ୍ୟରେ ଶିକ୍ଷାର ଉନ୍ନତି ପାଇଁ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ବିଚାର ବିମର୍ଶ କରିବା ସହ ସୁଶାସନକୁ ସେ ପ୍ରାଥମିକତା ଦେବେ ସେ ବୋଲି କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/Ganeshi-Lal-750x430.jpg)