ରାତି ପାହିଲେ ଗଣେଷ ଚତୁର୍ଥୀ ! ଜ୍ଞାନଦାତାଙ୍କ ପୂଜାର୍ଚ୍ଚନା ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି

703
କନକ ବ୍ୟୁରୋ : ରାତି ପାହିଲେ ଗଣେଷ ଚତୁର୍ଥୀ । ଧାରାବତଣ କରିବେ ବିଘ୍ନନାଶକ । ଚଳଚଂଚଳ ପୁର ପଲ୍ଲୀ । ଅଗ୍ରପୂଜ୍ୟ, ବିଘ୍ନରାଜ ଶ୍ରୀ ଗଣେଶ ଆଜି ପୂଜା ପାଇବେ । ଏଥିପାଇଁ ଦେଶର ପଲ୍ଲୀଠାରୁ ଦିଲୀ ଯାଏଁ ଚଳଚଂଚଳ । ଅନେକ ସ୍ଥାନରେ ସକାଳୁ ସକାଳୁ ପୂଜା ଆରମ୍ଭ ହୋଇସାରିଲାଣି । ବଡ ବଡ ତୋରଣ ସାଙ୍ଗକୁ ଆକର୍ଷଣୀୟ ସାଜସଜା ହୋଇଛି । ମନ୍ଦିରରେ ବି ଗଣେଶଙ୍କ ସ୍ୱତନ୍ତ୍ର ପୂଜା ନୀତି ଆରମ୍ଭ ହୋଇଛି । ଗଣେଶ ପୂଜା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ଚଳଚଞ୍ଚଳ । ଘରେ ଘରେ ବି ପୂଜା ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
ତେବେ ଗଣେଶ ଚତୁର୍ଥୀ ଉପଲକ୍ଷେ ରଙ୍ଗୀନ ଆଲୋକମାଳାରେ ଝଲସୁଛି ରାଜଧାନୀ । ଫୁଲ, ଫଳଠାରୁ ଆରମ୍ଭ କରି ଗଣପତି ମୂର୍ତ୍ତି ଦେକାନ ବଜାରର ଶୋଭା ବଢ଼ାଉଛି । ଗଳିକନ୍ଦିରେ ସୁସଜ୍ଜିତ ତୋରଣରେ ସଜେଇ ହୋଇଛି ରାଜଧାନୀ । ବିଘ୍ନ ବିନାଶକଙ୍କ ଆବାହନ ପାଇଁ ଧୂପ, ଦୀପ, ଅଗରୁ, ଚନ୍ଦନ, ସିନ୍ଦୂରଠାରୁ ଆରମ୍ଭ କରି ସରା, ଘଡ଼ି, ଧାନ, ପଞ୍ଚଶସ୍ୟ, ରାଶି, ହୋମକାଠ ଏସବୁ ସଂଗ୍ରହରେ ଲାଗି ପଡ଼ିଛନ୍ତି ସମସ୍ତେ । ଏପରିକି କଦଳୀ ବାହୁଙ୍ଗୀ, ଆମ୍ବ ଡାଳ, ଦୁବଘାସ, ବରକୋଳି ପତ୍ର ଓ କଇଁଫୁଲର ପସରା ବି ଦେଖିବାକୁ ମିଳୁଛି। ସେହିପରି ପୂଜାରେ ଫୁଲର ଚାହିଦା ବି ଢେର ବଢ଼ିଯାଇଛି ।