ଦାରିଦ୍ର୍ୟ ଆଗରେ ଅସହାୟ ପିତାମାତା : ୨୦୦ ଟଙ୍କାରେ ବିକ୍ରି ହୁଏ ମା’ର ମମତା ଆଉ ବାପାଙ୍କ ସ୍ନେହ, ନାବାଳିକାଙ୍କୁ ଦୁଷ୍କର୍ମ କରନ୍ତି କିଣୁଥିବା ଲୋକେ  

476

କନକ ବ୍ୟୁରୋ : ମା’ର ମମତା ଆଉ ବାପାଙ୍କ ସ୍ନେହର ମୂଲ୍ୟ ମାତ୍ର ୨୦୦ ଟଙ୍କା । ସାମାନ୍ୟ କେଇଟା ଟଙ୍କା ପାଇଁ ବିକ୍ରି ହୁଏ ସନ୍ତାନ । ଗୋଟିଏ ପଟେ ବାପାମା’ ହାତ ଛାଡ଼ିଦେଉଥିବା ବେଳେ ଅନ୍ୟପଟେ କିଣୁଥିବା ଲୋକେ ଏହି ପିଲାଙ୍କୁ ଦିଅନ୍ତି ଅସହ୍ୟ ଯନ୍ତ୍ରଣା । ମାତ୍ର କିଛି ଟଙ୍କା ବିନିମୟରେ ନାବାଳିକାଙ୍କୁ ସେମାନଙ୍କୁ ଦୁଷ୍କର୍ମ କରିବା ସହ ଅନୈତିକ କାମ କରିବା ପାଇଁ ବାଧ୍ୟ କରନ୍ତି । ଆଫ୍ରିକାର ଗାମ୍ବିଆରେ ଏପରି କିଛି ଏପରି ଆଖିଓଦା କଲାପରି ଦୃଶ୍ୟ ଦେଖିବାକୁ ମିଳୁଛି । ବ୍ରିଟିସ୍ ମିଡ଼ିଆ ଦ ସନର ରିପୋର୍ଟ ଅନୁସାରେ ଏହାର ଖୁଲାସା ହୋଇଛି ।

ଅସହ୍ୟ ଦାରିଦ୍ର୍ୟ ଆଗରେ ହାର ମାନିଯାଏ ମମତା । ବୁଲାବୁଲି କରିବା ବୟସରେ ଯୌନଦାସୀ ହୋଇଯାଆନ୍ତି ନାବାଳିକା । ଗାମ୍ବିଆରେ ଖୋଲାଖୋଲି ଭାବେ ବ୍ରିକ୍ରି ହୁଅନ୍ତି ନାବାଳିକା । ବ୍ରିଟେନର ଅନେକ ଲୋକ ଏହି ପିଲାମାନଙ୍କୁ କିଣିବା ସହ ଅନୈତିକ କାର୍ଯ୍ୟରେ ଲଗାଇଥାଆନ୍ତି । ଗରିବ ଅଫ୍ରିକୀୟ ଦେଶରେ ବିଶୃଙ୍ଖଳିତ ଆଇନ ବ୍ୟବସ୍ଥାର ଫାଇଦା ଉଠାଇ ବିଦେଶ ଏପରି କୁକାର୍ଯ୍ୟ କରୁଛନ୍ତି । ଛୁଟି ମନାଇବା ପାଇଁ ଆଫ୍ରିକା ଯାଉଥିବା ବିଦେଶୀ ସେଠାରେ ଖୋଲାଖୋଲି ନାବାଳିକାଙ୍କ କିଣାବିକା କରନ୍ତି ଓ ଯୌନ ଶୋଷଣ କରନ୍ତି । ଆଫ୍ରିକାର ରେସ୍ତୋରାଁରେ ବିଦେଶୀ ପର୍ଯ୍ୟଟକଙ୍କ ସହ ନାବାଳିକା ମାନଙ୍କୁ ଅନେକ ସମୟରେ ଦେଖିବାକୁ ମିଳେ ।

ତେବେ ଏଇଠି ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ନିଜ ଜନ୍ମକଲା ପିଲାଙ୍କୁ ବିକ୍ରି କରିବାକୁ କିପରି ରାଜି ହୁଅନ୍ତି ବାପାମା’ । ସବୁ ଜାଣିଶୁଣି ସେମାନେ ଚୁପ ରହିବାକୁ ବାଧ୍ୟ ହୁଅନ୍ତି । କୁହାଯାଏ ଅର୍ଥ ଅନର୍ଥର ମୂଲ୍ୟ । ଆଉ ଏହି କେଇଟା ଟଙ୍କା ପାଇଁ ବିଦେଶୀମାନଙ୍କୁ ସନ୍ତାନ ବ୍ରିକ୍ରି କରିବାକୁ ବାଧ୍ୟ ହୁଅନ୍ତି । ରିପୋର୍ଟ ଅନୁସାରେ ଏଠାକୁ ଆସୁଥିବା ବିଦେଶୀମାନେ ନାବାଳିକାମାନଙ୍କୁ ଟାର୍ଗେଟ କରିଥାଆନ୍ତି । ଦାରିଦ୍ର୍ୟରେ ଜୀବନ ବିତାଉଥିବା ପିତାମାନା ଶେଷରେ ଅଳ୍ପ କିଛି ଟଙ୍କା ପାଇଁ ବିଦେଶୀ ହାତଙ୍କୁ ନିଜ ପିଲାଙ୍କୁ ଟେକି ଦିଅନ୍ତି ।