କନକ ବ୍ୟୁରୋ : ଜଗମୋହନ ମରାମତି କାମ ଅନୁଧ୍ୟାନ କଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ମରାମତି କାମ ଶେଷ କରିବାକୁ ଗଜପତି ପରାମର୍ଶ ଦେଇଛନ୍ତି । ଜଗମୋହନ ପରିଦର୍ଶନ ପୂର୍ବରୁ ଗଜପତି ଶ୍ରୀନଅର ପରିସରରେ ଏଏସଆଇର ବରିଷ୍ଠ ଅଧିକାରୀ,ଶ୍ରୀମନ୍ଦିର ପ୍ରଶାସନ, ପୁର୍ତ ବିଭାଗ ବରିଷ୍ଠ ଅଧିକାରୀଙ୍କୁ ନେଇ ରୁଦ୍ଧଦ୍ୱାର ବିଷୟରେ ଆଲୋଚନା କରିଥିଲେ ।

Advertisment

ପ୍ରାୟ ଏକ ଘଂଟା ପର୍ୟ୍ୟନ୍ତ ଏହି ବୈଠକ ବସିଥିଲା । ବୈଠକରେ ଜଗମୋହନ ମରାମତି କାର୍ଯ୍ୟ ନେଇ ଆଲୋଚନା କରାଯାଇଥିଲା । ଗଜପତି ମହାରାଜାଙ୍କୁ ପୋର୍ଟାଲ ଫ୍ରେମ ନେଇ ଡିଜିଇନ ଦେଖାଯାଇ ଅବଗତ କରାଯାଇଥିଲା । ଅନ୍ୟପଟେ ଜଗମୋହନ ଚଟାଣର ପଥର ଉଠାଯାଇଥିବା ସ୍ଥାନରେ ଡ୍ରିଲ କରାଯିବା କାର୍ଯ୍ୟ ଆରମ୍ଭ ହୋଇଛି ।