କନକ ବ୍ୟୁରୋ : ଗଜପତି ପାରଳାଖେମୁଣ୍ଡିରେ କାର୍ଯ୍ୟକ୍ଷମ ହେଲା ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ । ୧୧୦ ବେଡ ବିଶିଷ୍ଟ ଏହି ସ୍ୱତନ୍ତ୍ର ହସ୍ପିଟାଲରେ କେବଳ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରାଯିବ । ହାଇଟେକ ମେଡିକାଲ କଲେଜ ଏହାର ପରିଚାଳନା କରିବ । ଏନେଇ ଆର୍ଥିକ ସହାୟତା ଦେଇଛି ଓଡିଶା ହାଇଡ୍ରୋ ପାୱାର କରପୋରେସନ । ପୂର୍ବରୁ ରାଜ୍ୟରେ ୭ଟି କୋଭିଡି ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇସାରିଛି ।
ଭୁବନେଶ୍ୱରର ସମ ହସ୍ପିିଟାଲ, କିମ୍ସ, କଟକର ଅଶ୍ୱିନୀ ହସ୍ପିଟାଲ ଏହିପରି ରାଜ୍ୟରେ ୩୪ଟି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଖୋଲିବା ପାଇଁ ପ୍ରକିୟା ଜାରି ରହିଛି । ଏହି ହସ୍ପିଟାଲ ଗୁଡିକରେ କେବଳ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିକିତ୍ସା କରାଯିବ । ଗତକାଲି ସ୍ୱାସ୍ଥ୍ୟ ସଚିବ ନିକୁଂଜ ଧଳ ଓ ଡିଏମଇଟି ସିିବିକେ ମହାନ୍ତି କହିଥିଲେ,କଟକର ବଡ ଡାକ୍ତରଖାନା ଓ ସିଟି ହସ୍ପିଟାଲ ସହ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ଓ ଅନ୍ୟ ହସ୍ପିଟାଲ ମାନଙ୍କରେ ସାଧାରଣ ରୋଗୀଙ୍କ ଚିକିତ୍ସା କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/16-4.jpg)