ଗଜପତି ଜିଲ୍ଲାରେ ସରୁନି ଚାଷୀଙ୍କ ଦୁଃଖ : ଅନଲାଇନ୍ ଟୋକନ୍ ବ୍ୟବସ୍ଥାରେ ତୃଟି, ଅମଳର ତିନି ମାସ ପରେ ବିକ୍ରି ହୋଇପାରୁନି ଧାନ . . . ବାହାରେ ପଡି ନଷ୍ଟ ହେଉଛି ବର୍ଷକର ପରିଶ୍ରମ

103

କନକ ବ୍ୟୁରୋ : ଅମଳର ତିନିମାସ ପରେ ବି ଧାନକୁ ବିକ୍ରୀ କରିବାରେ ବିଫଳ ଚାଷୀ । ବାହାରେ ପଡି ନଷ୍ଟ ହେବାରେ ଲାଗିଛି ଶହଶହ ବସ୍ତା ଅମଳ ଧାନ । ସରକାରଙ୍କ ଧାନ କିଣା ପ୍ରକ୍ରିୟାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । କେଉଁଠି ରାସ୍ତାକଡରେ ତ ଆଉ କେଉଁଠି ଘର ଆଗରେ ପଡିରହିଛି ଶହ ଶହ ବସ୍ତା ଧାନ । ବାହାରେ ଧାନ ପଡିରହି କେଉଁଠି ଗଜା ହେଲାଣି ତ କେଉଁଠି ନଷ୍ଟ ହେବାରେ ଲାଗିଲାଣି । ଗଜପତି ଜିଲ୍ଲା ଗୋଷାଣୀ ବ୍ଳକର ବିଭିନ୍ନ ଗ୍ରାମରୁ ଦେଖିବାକୁ ମିଳିଛି ଏହିଭଳି ଦୃଶ୍ୟ ।

ଗଜପତି ଜିଲ୍ଲାରୁ ଦେଖିବା ସରୁନି ଚାଷୀଙ୍କ ଦୁଃଖ । ସରକାର ଚଳିତ ବର୍ଷ ପ୍ରଥମକରି ଅନଲାଇନ ଟୋକନ ବ୍ୟବସ୍ଥା ମାଧ୍ୟମରେ ଧାନକିଣିବା ପଇଁ ନିଷ୍ପିତି ନେଇଥିବା ବେଳେ ଆରମ୍ଭରୁ ଦଖାଦେଇଛି ତୃଟି । ଶହ ଶହ ଏକର ଜମି ଥିବା ଚାଷୀ ଙ୍କୁ ଟୋକେନ ମିଳିନଥିବା ବେଳେ ଅଣଚାଷୀ ଓ କ୍ଷୁଦ୍ରଚାଷୀ ମାନଙ୍କୁଧାନ ବିକ୍ରି ପାଇଁ ଟୋକେନ ପ୍ରଦାନ କରାଯାଇଥିଲା । ତେବେ ଏହାକୁ ସୁଧାରିବା ପାଇଁ ସରକାର ପର୍ଯ୍ୟାୟକ୍ରମେ ସମସ୍ତ ଅମଳଧାନ କିଣିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏବଂ ଅବଶ୍ୟକ ଅନୁସାରେ ଜିଲ୍ଲା ମାନଙ୍କୁ ଧାନକିଣା ପାଇଁ ଟାର୍ଗେଟ ଦିଆଯାଇଥିଲା ।କିନ୍ତୁ ଗଜପତି ଜିଲ୍ଲାରେ ଏପର୍ଯ୍ୟନ୍ତ ଶହ ଶହ ଚାଷୀ ଧାନବିକ୍ରି କରିବା ପାଇଁ ସୁଯୋଗ ପାଇନାହାନ୍ତି । ଫଳରେ ରାସ୍ତା କଡରେ , ଘର ସମ୍ମୁଖରେ, ଖଳାେ. ଚାଷଜମିରେ ଅମଳ ଧାନ ପଡିରହି ନଷ୍ଟ ହେବାରେ ଲାଗିଛି । ବିଡମ୍ବନାର ବିଷୟ କିଛି ନିଦ୍ଧିଷ୍ଟ କିସମର ଧାନକୁ ଗ୍ରହଣ କରୁନାହାନ୍ତି ମିଲର ।

ଚାଷୀଙ୍କ କହିବା ଅନୁସାରେ ପର୍ଯ୍ୟାୟ କ୍ରମେ ଧାନକିଣାକୁ ଅପେକ୍ଷା କରି ୩ମାସ ବିତିଗଲା । ଧାନ ସବୁ ନଷ୍ଟ ହେଉଛି । ତେବେ ସରକାର ଧାନ ଆଉ କେବେ କିଣିବେ ବୋଲି ଚାହିଁ ବସିଛନ୍ତି ଚାଷୀ । ଅନ୍ୟପଟେ ଧାନକିଣା ପାଇଁ ପୁଣିଥରେ ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି କହି ଚାଷୀଙ୍କୁ ଆଶ୍ୱାସନା ଦେଇଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ।