କନକ ବ୍ୟୁରୋ : ବୁଧବାର ଅନୁଗୁଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଭସାଣୀ ସମାରୋହରେ ସଂପନ୍ନ ହୋଇଛି । ଭସାଣି ଶୋଭାଯାତ୍ରା ନୃତ୍ୟଗୀତ-ବାଦ୍ୟରେ ଦୁଲୁକି ଉଠିଥିଲା ଅନୁଗୁଳ । ତେବେ ବର୍ଷା ଯୋଗୁଁ ଅନ୍ୟ ବର୍ଷ ଭଳି ସେତେଟା ଭିଡ଼ ହୋଇନଥିଲା । ତେବେ ଲୋକେ ବର୍ଷାରେ ଭିଜି କାର୍ଯ୍ୟକ୍ରମର ବେଶ୍ ମଜା ଉଠାଇଥିଲେ । ଦୀର୍ଘ ୧୧ ଦିନ ପର୍ଯ୍ୟନ୍ତ ମା’ ଧନଦାତ୍ରୀ ଲକ୍ଷ୍ମୀ ପୂଜା ମଣ୍ଡପରେ ପୂଜା ପାଇବା ସହ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଆଉ ଆଶୀର୍ବାଦ ଦେଇ ଆଜି ମେଳାଣି ନେଇଛନ୍ତି ।
ମା’ ଗଜଲକ୍ଷ୍ମୀଙ୍କୁ ବିଦାୟ : ବର୍ଷାରେ ଭସାଣୀର ମଜା ଇଠାଇଲେ ଲୋକେ
/kanak/media/post_attachments/wp-content/uploads/2019/10/ang2-1024x842.jpg)