ବକ୍ସଅଫିସରେ ସିନେମା “ବାହୁବଲୀ” ପ୍ରତିଦିନ ନୂଆ ରେକର୍ଡ୍ ବନାଇବାରେ ଲାଗିଛି । ତେବେ ଏନେଇ ସିନେ ନିର୍ଦ୍ଦେଶକ ଅନିଲ୍ ଶର୍ମା ଏହା କୌଣସି ଇତିହାସ ନୁହେଁ ବୋଲି କହିଛନ୍ତି । ୨୦୦୧ରେ ରିଲିଜ୍ ହୋଇଥିବା ଅନିଲ୍ ଶର୍ମା ନି୍ଦ୍ଦେଶିତ ସିନେମା “ଗଦ୍ଦର୍-ଏକ୍ ପ୍ରେମ୍ କଥା”କୁ ସେ “ବାହୁବଲୀ” ଠାରୁ ଅଧିକ ସଫଳ ବୋଲି କହିଛନ୍ତି । ହିସାବ ଅନୁଯାୟୀ ସିନେମା ଗଦ୍ଦର ବାହୁବଲୀଠାରୁ ଅଧିକ ବ୍ୟବସାୟ କରିଥିବା ସେ ଜଣାଇଛନ୍ତି ।
୨୦୦୧ରେ ରିଲିଜ୍ ହୋଇଥିବା ସିନେମା “ଗଦ୍ଦର” ସେ ସମୟର ସବୁଠାରୁ ସୁପର୍ ହିଟ୍ ସିନେମା ଥିଲା । ତେବେ ଅନିଲ୍ ଶର୍ମା କହିଛନ୍ତି, ବାହୁବଲୀ ୧୫୦୦ କୋଟିର ବ୍ୟବସାୟ କରିଥିବା ବେଳେ ସେ ସମୟରେ ବି ସିନେମା ଗଦ୍ଦର୍ ୫୦୦୦ କୋଟିର ବ୍ୟବସାୟ କରିଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସବୁ ସମୟର କଥା । ସେ ସମୟରେ ସିନେମାଟି ୨୬୫ କୋଟିର ବ୍ୟବସାୟ କରିଥିଲା । ହିସାବ କଲେ ଏହା ଆଜି ୫୦୦୦ କୋଟି ହେବ । ତେଣୁ ଗଦ୍ଦର୍ ବାହୁବଲୀଠାରୁ ଅଧିକ ସଫଳ ସିନେମା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/05/v-1.jpg)