ଆସୁଛି ଆଉ ଏକ ମହାମାରୀ . . . ସାରା ବିଶ୍ୱକୁ କରୋନା ଡରାଉଥିବା ବେଳେ ଆଉ ଏକ ମହାମାରୀ ଆସିବା ଆଶଙ୍କା । ଚୀନରେ ଠାବ ହେଲା ସ୍ୱାଇନ ଫ୍ଲୁ ଭାଇରସର ଏକ ନୂଆ ଷ୍ଟ୍ରେନ । ତୁରନ୍ତ ନିୟନ୍ତ୍ରଣ ନହେଲେ କରୋନା ଠାରୁ ହୋଇପାରେ ଅଧିକ ଭୟଙ୍କର

2,083

କନକ ବ୍ୟୁରୋ : କରୋନା ମହାମାରୀ ଭିତରେ ଆଉ ଏକ ନୂଆ ମହାମାରୀକୁ ନେଇ ଆଶଙ୍କା ଦେଖାଦେଇଛି । ଚୀନର ଘୁଷୁରୀ ଫାର୍ମ ଗୁଡିକରେ ସମସ୍ତଙ୍କ ଅଲକ୍ଷ୍ୟରେ ବ୍ୟାପଚାଲିଛି ଏହି ମହାମାରୀ । ଏହି ଭାଇରସ ଏଚୱାନ-ଏନ ୱାନ ସ୍ୱାଇନ ଫ୍ଲୁ ଭାଇରସର ଏକ ନୂଆ ଷ୍ଟ୍ରେନ, ଏହାର ନାଁ ହେଉଛି, ଜି-ଫୋର  ଏଚୱାନ-ଏନ ୱାନ । ଅର୍ଥାତ ସେହି ଭାଇରାସ କିନ୍ତୁ ନୂଆ ରୂପ । ଏହା ଘୁଷୁରୀ ଠାରୁ ମଣିଷକୁ ସଂକ୍ରମିତ ହେବାରେ ମଧ୍ୟ ସକ୍ଷମ ବୋଲି ଜଣାପଡିଛି । ନେସନାଲ ଏକାଡେମୀ ଅଫ ସାଇନସେସର ଜର୍ଣ୍ଣାଲ ପ୍ରୋସେଡିଂରେ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ ଚୀନର ଘୁଷୁରୀ ଫାର୍ମରେ ଏହି ଭାଇରସ କର୍ମଚାରୀଙ୍କୁ ଆକ୍ରାନ୍ତ କରୁଛି । ଏବଂ ଏହି ଭାଇରାସ ଏକ ମହାମାରୀର ରୂପ ନେବାର ଯଥେଷ୍ଟ ଆଶଙ୍କା ଅଛି ବୋଲି ଏହି ପତ୍ରିକା ପ୍ରକାଶ କରିଛି ।

ଚୀନର ଏହିଭଳି ଘୁଷୁରୀ ଫାର୍ମ ଗୁଡିକରେ ସମସ୍ତଙ୍କ ଅଲକ୍ଷ୍ୟରେ ବ୍ୟାପଚାଲିଛି ଆଉ ଏକ ମହାମାରୀ । ଏହି ଭାଇରସ H1N1 ସ୍ୱାଇନ ଫ୍ଲୁ ଭାଇରସର ଏକ ନୂଆ ଷ୍ଟ୍ରେନ । ଅର୍ଥାତ ସେହି ଭାଇରାସ କିନ୍ତୁ ନୂଆ ରୂପ । ଏହି ଭାଇରସ ଘୁଷୁରୀ ଠାରୁ ସେଠାରେ କାମ କରୁଥିବା ଲୋକଙ୍କୁ ବ୍ୟାପୁଛି । ତୁରନ୍ତ ଏହାକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ଅଛି ବୋଲି ବୈଜ୍ଞାନିକଙ୍କ ଏକ ଟିମ୍ ଜଣାଇଛନ୍ତି ।

H1N1 ସ୍ୱାଇନ-ଫ୍ଲୁ ଭାଇରସର ଏହି ନୂଆ ଷ୍ଟ୍ରେନର ନାଁ ହେଉଛି, G4 EA H1N1 । ନେସନାଲ ଏକାଡେମୀ ଅଫ ସାଇନସେସର ଜର୍ଣ୍ଣାଲ ପ୍ରୋସେଡିଂରେ ପ୍ରକାଶ ପାଇଥିବା ଏହି ତଥ୍ୟ କହୁଛି ଚୀନର ଘୁଷୁରୀ ଫାର୍ମରେ ଏହି ଭାଇରସ କର୍ମଚାରୀଙ୍କୁ ଆକ୍ରାନ୍ତ କରୁଛି । ଏବଂ ଏହି ଭାଇରାସ ଏକ ମହାମାରୀର ରୂପ ନେବାର ଯଥେଷ୍ଟ ଆଶଙ୍କା ଅଛି ବୋଲି ଏହି ପତ୍ରିକା ପ୍ରକାଶ କରିଛି । ଏହି ଗବେଷଣାରେ ୧୫ଟି ଘୁଷୁରୀ ଫାର୍ମରୁ ୩୩୮ଟି ରକ୍ତ ନମୂନା ସଂଗ୍ରହ କରାଯାଇଥିଲା , ଏବଂ ଆଖପାଖ ଲୋକଙ୍କ ମଧ୍ୟରୁ ୨୩୦ଟି ରକ୍ତ ନମୂନା ସଂଗ୍ରହ କରାଯାଇଥିଲା । ଏଥିରେ ଦେଖାଗଲା ଫାର୍ମରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ୧୦.୪ ପ୍ରତିଶତ କର୍ମଚାରୀ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଏବଂ ଆଖପାଖରେ ରହୁଥିବା ଲୋକଙ୍କ ମଧ୍ୟରୁ ୪.୪ ପ୍ରତିଶତ ଲୋକେ ଆକ୍ରାନ୍ତ ହୋଇଛନ୍ତି ।

ଏହି ଗବେଷଣା କରୁଥିବା ଟିମର ଜଣେ ବରିଷ୍ଠ ସଦସ୍ୟ ତଥା ବ୍ରିଟେନର ଜଣେ ବରିଷ୍ଠ ଭାଇରୋଲୋଜିଷ୍ଟ ଇଆନ ଏଚ୍ ବ୍ରାଉନ କହିଛନ୍ତି,
– ଏହି ଭାଇରସର ଷ୍ଟ୍ରେନରେ ପରିବର୍ତନ ଆସିବାର ଯଥେଷ୍ଟ ଆଶଙ୍କା ରହିଛି ଏବଂ ଏହା କରୋନା ଠାରୁ ଅଧିକ ଭୟଙ୍କର ହୋଇପାରେ ।
ନେସନାଲ ତାଇୱାନ ୟୁନିର୍ଭସିଟିର ଶିଶୁ ସଂକ୍ରାମକ ରୋଗର ବିଶେଷଜ୍ଞ ଲି ମିନ ହୁଆଙ୍ଗ କହିଛନ୍ତି
-ଏହି ଭାଇରାସ ମଣିଷ ଠାରୁ ମଣିଷକୁ ସଂକ୍ରମଣ ହୋଇଛି କି ନାହିଁ ସେନେଇ ଗବେଷଣା ହେଉଛି ।
– ଏହା ଏକ ଅତି ଗୁରୁତ୍ୱପୂର୍ଣ୍ଣ ଗବେଷଣା କାରଣ, ଏହା ଆଗକୁ ପରିବର୍ତ୍ତିର୍ିତ ରୂପରେ ଆସିପାରେ ।

ଆମେରିକାର ପ୍ରସିଦ୍ଧ ସଂକ୍ରାମକ ରୋଗ ବିଶେଷଜ୍ଞ ଡକ୍ଟର ଆନ୍ଥୋନୀ ଫୋସି କହିଛନ୍ତି
– ଏହି ଭାଇରସ ତୁରନ୍ତ ମାନବ ସମାଜ ପାଇଁ ବିପଦ ନହୋଇପାରେ
– କିନ୍ତୁ ଏହା ଉପରେ ଆମକୁ ନଜର ରଖିବାକୁ ପଡିବ

ବିଶେଷଜ୍ଞଙ୍କ ମତରେ ଏହି ଭାଇରସକୁ ନେଇ ଏବେ ଆମ ଦେଶ ସେତେଟା ଚିନ୍ତା କରିବାର ଆବଶ୍ୟକତା ନାହିଁ । କାରଣ ଲଦାଖ ସୀମାରେ ସଂଘର୍ଷ ଏବଂ କରୋନା କାରଣରୁ ଚୀନ ସହ ଭାରତର ଯୋଗାଯୋଗ ସଂପର୍କ ପ୍ରାୟ ତୁଟି ଯାଇଛି । ତେଣୁ ଚୀନରେ ଏହା ମହାମାରୀ ରୂପରେ ଆସିଲେ ମଧ୍ୟ ଭାରତକୁ କ୍ଷତି କରିବାର ସମ୍ଭାବନା କମ ରହିଛି ।