ପରଲୋକରେ ବିଶିଷ୍ଟ ଓଡିଆ ସିନେ ପ୍ରଯୋଜକ ଅମୀୟ ପଟ୍ଟନାୟକ : ଦିଲ୍ଲୀରୁ ଭୁବନେଶ୍ୱର ଆସିଲା ପାର୍ଥିବ ଶରୀର, ଆଜି ଅନ୍ତ୍ୟେଷ୍ଟି

Advertisment

କନକ ବ୍ୟୁରୋ : ବିଶିଷ୍ଟ ଓଡିଆ ଚଳଚ୍ଚିତ୍ର ନିର୍ମାତା ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକଙ୍କ ଆଜି ଅନ୍ତିମ ସଂସ୍କାର ସଂପନ୍ନ ହେବ । ଚିକିତ୍ସାଧିନ ଅବସ୍ଥାରେ ଦିଲ୍ଲୀ ସ୍ଥିତ ଏକ ଘରୋଇ ମେଡିକାଲରେ ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କର ମରଶରୀରକୁ ବିମାନ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱର ଅଣାଯାଇଛି । ତାଙ୍କର ପାର୍ଥିବ ଶରୀରକୁ ନୟାପଲ୍ଲୀ ସ୍ଥିତ ବାସଭବନରେ ରଖାଯାଇଛି । ଆଜି ତାଙ୍କର ଅନ୍ତିମ ସଂସ୍କାର ସଂପନ୍ନ ହେବ । ଅମୀୟ ପଟ୍ଟନାୟକଙ୍କ ବିୟୋଗ ଓଡିଆ ଫିଲ୍ମ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ।

publive-image

୧୯୮୫ ମସିହାରେ ପ୍ରଥମେ ଫିଲ୍ମ ‘ମମତା ମାଗେ ମୂଲ’ର ପ୍ରଯୋଜନା କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ ଅମୀୟ । ଏହା ପରେ ହାକିମ ବାବୁ, ଚକା ଆଖି ସବୁ ଦେଖୁଛି, ପୁଅ ମୋର କଳାଠାକୁର, ରାଜା ରାଣୀ, ଆସୁଛି ମୋ କାଳିଆ ସୁନା, ଚକାଡୋଳା କରୁଛି ଲୀଳା, ପରଦେଶୀ ବାବୁ, ପରୀ ମହଲ, କିଏ ସେ ଡାକୁଛି କୋଉଠି ମତେ ଆଦି ହିଟ୍ ଫିଲ୍ମ ଭେଟିଦେଇଥିଲେ ଅମୀୟ ପଟ୍ଟନାୟକ । ଓଡିଆ ଫିଲ୍ମ ଜଗତରେ ଅନେକ ନୂଆ କଳାକାରଙ୍କୁ ସୃଷ୍ଟି କରିବାରେ ଅମୀୟ ପଟ୍ଟନାୟକଙ୍କର ରହିଛି ବିଶେଷ ଅବଦାନ । ତାଙ୍କ ବିୟୋଗରେ ଓଲିଉଡ୍ରେ ଶୋକର ଛାୟା ଖେଳି ଯାଇଛି । ଅମୀୟ ପଟ୍ଟନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe