କନକ ବ୍ୟୁରୋ :କ୍ରମାଗତ ୯ ଦିନ ଧରି ତୈଳ ଦର ବଢି ଚାଲିଛି । ଜୁନ୍ ୬ ତାରିଖରେ ପ୍ରଥମେ ତୈଳଦର ବୃଦ୍ଧି ହୋଇଥିଲା । ଏହା ପର ଠାରୁ ଏବେ ପ୍ରତ୍ୟକ ଦିନ ଦର ବଢିଚାଲିଛି । ଗତ ୯ ଦିନରେ ଏହା ମଧ୍ୟରେ ତୈଳ ଦର ପ୍ରାୟ ୫ ଟଂକାରୁ ଅଧିକ ବୃଦ୍ଧି ହୋଇସାରିଲାଣି । ଫଳରେ ଦେଶରେ ତୈଳଦର ରେକର୍ଡ ପରିମାଣରେ ପହଁଚିଲାଣି । ଏବେ ଦେଶରେ ପେଟ୍ରୋଲ ଦର ଲିଟର ପିଛା ୭୬ ଟଙ୍କା ଓ ଡିଜେଲ ଦର ୭୨ ଟଙ୍କାରେ ପହଁଚିଲାଣି । ଶେଷ ଥର ପାଇଁ ଗତକାଲି ପେଟ୍ରୋଲ ଦର ଲିଟର ପିଛା ଦିଲ୍ଲୀରେ ଲିଟର ପିଛା ୭୬.୩୦ ପଇସା ଓ ଡିଜେଲ ଦର ୭୨.୩୦ ପଇସା ବୃଦ୍ଧି ଘଟିଛି । ଏହି ଦର ବୃଦ୍ଧି ପରେ ପେଟ୍ରୋଲ ଲିଟର ପିଛା ୭୬ ଓ ଡିଜେଲ ୭୨ ଟଂକାରେ ପହଁଚିଗଲାଣି ।
୨୦୧୭ ଜୁନ୍ ମାସରୁ କେନ୍ଦ୍ର ସରକାର ତୈଳ କଂପାନୀ ଗୁଡିକୁ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦର ସଂଶୋଧନ ଅନୁମତି ଦେଇଛନ୍ତି । କିନ୍ତୁଗତ ୩ ବର୍ଷ ଭିତରେ ଏପରି କୌଣସି ଥର କ୍ରମାଗତ ଭାବେ ଏତେ ବୃଦ୍ଧି ଦେଖିବାକୁ ମିଳିନଥିଲା । ଗୋଟିଏ ପଟେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢୁଥିବା ବେଳେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଦୁର୍ବଳ ହେଉଥିବାରୁ ଏବେ ତୈଳ ଦର କ୍ରମାଗତ ବଢି ଚାଲିଛି । କରୋନା କଟକଣା ସମୟରେ କ୍ରମାଗତ ୮୨ ଦିନ ଧରି ତୈଳ କଂପାନୀ ଗୁଡିକ ତୈଳ ଦରରେ କୌଣସି ସଂଶୋଧନ କରିନଥିଲେ ।
କିନ୍ତୁ ଗତ ୬ ତାରିଖରୁ କ୍ରମାଗତ ଭାବେ ତୈଳ କଂପାନୀ ଗୁଡିକ ଦର ବଢାଇ ଚାଲିଛନ୍ତି । ଯାହାକି ଖାଉଟିଙ୍କ ଉପରେ ଚାବୁକ ମାଡ ପରି ହୋଇଛି । ସରକାର ଉତ୍ପାଦ ଶୁଳ୍କ ହ୍ରାସ ନକଲେ ତୈଳ ଦରରେ ହ୍ରାସ ଆସିବ ନାହିଁ ବୋଲି ବିଶେଷଜ୍ଞ କହୁଛନ୍ତି ।
୫ ଦିନରେ ତେଲ ଦର(ଭୁବନେଶ୍ୱର)
ତାରିଖ ପେଟ୍ରୋଲ ଡିଜେଲ
ଜୁନ ୧୦ ୭୩.୮୯ ୬୯.୯୩
ଜୁନ ୧୧ ୭୪.୫୦ ୭୦.୫୨
ଜୁନ ୧୨ ୭୫.୦୭ ୭୧.୧୦
ଜୁନ ୧୩ ୭୫.୬୭ ୭୧.୬୭
ଜୁନ ୧୪ ୭୬.୩୦ ୭୨.୩୦