କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ କଳା ବିଭାଗର ପରୀକ୍ଷା । ଏହି ବିଭାଗରେ ୨ ଲକ୍ଷ ୪୩ ହଜାର ୧୦୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଆଜି କଳା ବିଭାଗର ଇଂରାଜୀ ପରୀକ୍ଷା ହେବ । ଗତକାଲି ଠାରୁ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଆରମ୍ଭ ହୋଇଛି । ପ୍ରଥମ ଦିନରେ ୧ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।
ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ଶେଷ ହୋଇଥିଲେ ବି ପ୍ରଥମ ଦିନରେ ୫୫ ପରୀକ୍ଷାର୍ଥୀ କପି କରି ଧରା ପଡିଛନ୍ତି । ତେବେ ଯୁକ୍ତ ଦୁଇ ପରୀକ୍ଷାର ପ୍ରଥମ ଦିନରେ ବିଭିନ୍ନ ସ୍ଥାନରେ ଢିଲା ସୁରକ୍ଷା ବ୍ୟବସ୍ଥା ନଜରକୁ ଆସିଛି । ବିଭିନ୍ନ କଲେଜରେ ବ୍ୟାପକ କପି ଅଭିଯୋଗ କରି କାଉନସିଲ କାର୍ଯ୍ୟାଳୟରେ ଖୋଲାଯାଇଥିବା ୨୪ ଘଂଟିଆ କଂଟ୍ରୋଲ ରୁମକୁ ଶତାଧିକ ଫୋନ କଲ୍ ଆସିଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-07-08h00m22s448.png)