ଫିଲ୍ମି ଫ୍ରାଇଡେରେ ଆଜି ରିଲିଜ୍ ହେଉଛି ରୋମାଂଟିକ୍ ଡ୍ରାମା ସିନେମା ‘ଡିଅର୍ ଜିନ୍ଦେଗୀ' । ସିନେମାର ଲିଡରେ ଅଛନ୍ତି କିଙ୍ଗ ଖାନ ଶାହାରୁଖ ଓ ଆଲିୟା ଭଟ୍ଟ । ଏଥିସହ କୁନାଲ କପୁର, ଅଙ୍ଗଦ ବେଦୀ, ଅଲି ଜାଫର, ଅଲି ଦୁବେ ଏବଂ ଆଦିତ୍ୟ ରୟ କପୁରଙ୍କୁ ମଧ୍ୟ ଏହି ସିନେମାରେ ଅଭିନୟ କରୁଛନ୍ତି । ଗୌରୀ ସିନ୍ଧେ ସିନେମାର ନିର୍ଦ୍ଦେଶନା ଦେଇଥିବା ବେଳେ ଶାହରୁଖଙ୍କ ରେଡ୍ ଚିଲିଜ୍ ଏଂଟରଟେନମେଂଟ ପ୍ରଯୋଜନା କରିଛି । ଅମିତ ତ୍ରିବେଦୀଙ୍କ ସଂଗୀତରେ ଗୀତ ଗୁଡିକୁ ବେଶ୍ ପସନ୍ଦ କରିଛନ୍ତି ଦର୍ଶକ । ରିଲିଜ୍ ପୂର୍ବରୁ ସିନେ ସମୀକ୍ଷକ ବି ଫିଲ୍ମର ବେଶ୍ ପ୍ରଶଂସା କରିଛନ୍ତି ।
ଏହା ସହ ରିଲିଜ୍ ହେଉଛି ରୋମାଂଟିକ୍ ହରର ସିନେମା "ସାଁସେ' । ଭୌତିକ କାହାଣୀକୁ ନେଇ ତିଆରି ହୋଇଛି ସିନେମା । ଲିଡରେ ଅଛନ୍ତି ରଜନୀଶ ଦୁଗଲ୍, ସୋନାରିକା ଭଦୋରିଆ, ହିତେନ ତେଜୱାନୀ ଓ ନୀଥା ସେଟ୍ଟୀ । ନିର୍ଦ୍ଦେଶନା ଦେଇଛନ୍ତି ରାଜୀବ ରୁୟା । ଦର୍ଶକଙ୍କ ମନରେ ଭୟ ସୃଷ୍ଟି କରିବାକୁ ସିନେମାରେ ଦିଆଯାଇଛି ସ୍ପେଶାଲ୍ ଇଫେକ୍ଟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/box-office-predictions-dear-zindagi-saansein-1.jpg)