ଫ୍ରାଇଡେ ରିଲିଜରେ ଜମିବ ରୋମାନ୍ସ ଓ ଆକ୍ସନ । ଆଜି ଫ୍ଲୋରକୁ ଆସୁଛି ତିନି ତିନିଟି ବଲିଉଡ୍ ସିନେମା । ବଲିଉଡରେ ଡେବ୍ୟୁ କରୁଛନ୍ତି ଷ୍ଟାର ଡିରେକ୍ଟରଙ୍କ ପୁଅ । ଆଉ ସିନେମା ହେଉଛି ମେସିନ୍ । ଅବାସ-ମସ୍ତାନ ଯୋଡିଙ୍କ ନିର୍ଦ୍ଦେଶନାରେ ତିଆରି ଏହି ରୋମାଂଟିକ୍ ଥ୍ରୀଲରର ଲିଡରେ ଅଛନ୍ତି ମୁସ୍ତାଫା ବର୍ମାୱାଲା । ତାଙ୍କ ବିପକ୍ଷରେ ଅଛନ୍ତି ଏମଏସ୍ ଧୋନି ଫେମ୍ କିଆରା ଆଡଭାନୀ । ସିନେମାରେ ସସପେନ୍ସ ସହ ରୋମାନ୍ସ ଏବଂ ଥ୍ରୀଲର ଭରି ରହିଛି ।
ରୋମାଂଟିକ୍ ଥ୍ରୀଲର ମେସିନକୁ ଟକ୍କର ଦେବ ଆଉ ଏକ ଥ୍ରୀଲର ସିନେମା ଟ୍ରାପଡ । ସିନେମାର ଲିଡରେ ଅଛନ୍ତି ନାସନାଲ୍ ଆୱାର୍ଡ ୱିନର ଆକ୍ଟର ରାଜକୁମାର ରାଓ । ନିର୍ଦ୍ଦେଶନା ଦେଇଛନ୍ତି ବିକ୍ରମାଦିତ୍ୟ ମୋଟୱାନି । ଏକ ଆପାର୍ଟମେଂଟରେ ଫସିରହିଥିବା ଜଣେ ଯୁବକର କାହାଣୀ ହେଉଛି ଟ୍ରାପଡ । ଏହି ସିନେମାରେ ରାଜକୁମାରଙ୍କ ଦମଦାର ଅଭିନୟ ରହିଛି ।
ଆକ୍ସନ ରୋଲରେ କମେଡି ଷ୍ଟାର । ମେସିନ ଓ ଟ୍ରାପଡ ସହ ରିଲିଜ୍ ହେଉଛି ଆ ଗୟା ହିରୋ । ସିନେମାର ଲିଡରେ ଅଛନ୍ତି ଗୋବିନ୍ଦା । ତେବେ ଏହା ଏକ ଆକ୍ସନ କମେଡି ଫିଲ୍ମ । ଗୋବିନ୍ଦାଙ୍କ ସହ ଫିଲ୍ମରେ ଆଶୁତୋଷ ରାଣା ଓ ରିଚା ଚଢା ରହିଛନ୍ତି । ନିର୍ଦେଶନା ଦେଇଛନ୍ତି ଦୀପଙ୍କର ସେନାପତି । ବହୁ ଦିନ ପରେ ପରଦାକୁ ଫେରିଛନ୍ତି ଗୋବିନ୍ଦା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/Screen-shot-2017-03-17-at-11.52.25-AM.png)