କନକ ବ୍ୟୁରୋ : ‘ମୋ ବସ୍’ ଯାତ୍ରୀଙ୍କ ପାଇଁ ଖୁସି ଖବର । ମୋ ବସରେ ଆରମ୍ଭ ହେଲା ମାଗଣା ଖବରକାଗଜ ସେବା । ଏଣିକି ମୋ ବସ ଯାତ୍ରୀଙ୍କୁ ମିଳିବ ମାଗଣା ଖବରକାଗଜ । ଆଜି ମାଷ୍ଟରକ୍ୟାଣ୍ଟିନ୍ ମୋ ବସ୍ ଡିପୋରେ ‘ନ୍ୟୁଜ ପେପର ଅନ୍ ହ୍ୱିଲ’ର ଶୁଭାରମ୍ଭ କରିଛନ୍ତି କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନସ୍ପୋର୍ଟର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା । ପ୍ରଥମ ପର୍ଯ୍ୟାୟରେ ୪୪ଟି ଏସି ବସରେ ଏହି ସେବା ଆରମ୍ଭ ହୋଇଛି ।
Now get your daily fix of news on #MoBus.
Starting from today, to begin with, an english daily will be available in AC buses and soon the facility will be added to all buses and commuters will also get to read Odia newspaper as well. #Bhubaneswar#Cuttack#Odishapic.twitter.com/Xh25oZvAWQ— Capital Region Urban Transport (@CRUT_BBSR) September 1, 2019
ଆଜି ମୋ ବସ୍ ଯାତ୍ରୀଙ୍କୁ ଗୋଟିଏ ଗୋଟିଏ ଇଂରାଜୀ ଦୈନିକ ଖବରକାଗଜ ବାଣ୍ଟିଥିଲେ ଅରୁଣ ବୋଥ୍ରା । ସୂଚନା ଅନୁସାରେ ସମସ୍ତ ଏସି ବସରେ ଇଂରାଜୀ ଖବର କାଗଜ ଉପଲବ୍ଧ ରହିବ । ଆଗାମୀ ସମୟରେ ସମସ୍ତ ମୋ ବସରେ ଓଡ଼ିଆ ଖବରକାଗଜ ଉପଲବ୍ଧ କରାଇବାର ଯୋଜନା ରହିଛି । ରାଜ୍ୟ ସରକାରଙ୍କ ମୋ ବସ ସେବା ଅନୁସାରେ ପ୍ରତିଦିନ ଟ୍ୱିନସିଟିରେ ପ୍ରାୟ ୨୦୦ଟି ମୋ ବସ୍ ଚଳାଚଳ କରୁଛି । ଆଉ ଏଥିରେ ପ୍ରତିଦିନ ୭୦୦୦୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଯିବାଆସିବା କରୁଛନ୍ତି ।
ଆଜିକାର ବ୍ୟସ୍ତବହୁତ ଜୀବନରେ ସମସ୍ତେ ଖୁବ ବ୍ୟସ୍ତ । ଧାଁଧପଡ଼ କରି କରି ସାରା ଦିନ ବିତି ଯାଉଛି । ଆଉ ଏହି ବ୍ୟସ୍ତବହୁଳ ଜୀବନରେ ଖବରକାଗଜ ପଢ଼ିବା ସମସ୍ତଙ୍କ ପାଇଁ ସମ୍ଭବପର ହୋଇପାରୁନାହିଁ । ଏହାକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଛି ‘ନ୍ୟୁଜ ପେପର ଅନ୍ ହ୍ୱିଲ’ । ପୂର୍ବରୁ ‘ମୋ ବସ୍’ରେ ୱାଇ-ଫାଇ, ରେଡିଓ ଓ କ୍ୟାମେରା କାର୍ୟ୍ୟକ୍ଷମ ଥିବାବେଳେ ବର୍ତ୍ତମାନ ମୋ ବସରେ ମିଳିବ ମାଗଣା ଖବରକାଗଜ ।