ପୁରୀ ନାବାଳିକା ଗଣଦୁଷ୍କର୍ମ ମାମଲା : ରାୟଗଡ଼ାରୁ ଚତୁର୍ଥ ଅଭିଯୁକ୍ତ ବୁଲୁ ବାରିକ ଗିରଫ

703

କନକ ବ୍ୟୁରୋ : ପୁରୀର ପୁଲିସ କ୍ବାର୍ଟର୍ସରେ ଗଣଦୁଷ୍କର୍ମ ଘଟଣାରେ ଆଜି ପୁଲିସ ଚତୁର୍ଥ ଅଭିଯୁକ୍ତକୁ ଗିରଫ କରିଥିବା ଜଣାଯାଇଛି । ରାୟଗଡ଼ାରୁ ଚତୁର୍ଥ ଅଭିଯୁକ୍ତ ବୁଲୁ ବାରିକକୁ ଗିରଫ କରାଯାଇଥିବାର ସୂଚନା ମିଳିଛି । ସ୍ୱତନ୍ତ୍ର ସ୍କ୍ୱାର୍ଡ ଦ୍ବାରା ଗିରଫ ହୋଇଥିବା ଚତୁର୍ଥ ଅଭିଯୁକ୍ତ ବୁଲୁ ବାରିକ ଜଣେ ସିଆରପିଏଫ୍ ଯବାନ ବୋଲି ବି ସୂଚନା ମିଳିଛି । ସିଆରପିଏଫ୍ ଯବାନ ବୁଲୁ ବାରିକର ଘର ରେଣ୍ଢା ଗାଁ’ରେ ବୋଲି ଜଣାଯାଇଛି ।

ସୂଚନାଯୋଗ୍ୟ, ପୁରୀର ପୁଲିସ କ୍ବାର୍ଟର୍ସରେ ଗଣଦୁଷ୍କର୍ମ ଘଟଣାରେ ବ୍ରହ୍ମଗିରି ଥାନା ଆଳିଆପୁଟୁ ଅଞ୍ଚଳର ରାମଚନ୍ଦ୍ର ପ୍ରଧାନ(୩୨)କୁ ଗତ ୬ ତାରିଖ ଦିନ ଗିରଫ କରିଥିଲା । ତାକୁ ସ୍ପେସାଲ୍ ସ୍କ୍ବାଡ୍ ଟାଙ୍ଗୀ ଅଞ୍ଚଳରୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ରାମଚନ୍ଦ୍ରର ନାଁ’ରେ ପୂର୍ବରୁ ବ୍ରହ୍ମଗିରି ଥାନାରେ ୪ରୁ ଅଧିକ ମାମଲା ରହିଛି । ତେବେ ଜିତୁ ଘରକୁ ମଦ ପିଇବା ପାଇଁ ଯାଇ ସେ ଏହି ଗଣଦୁଷ୍କର୍ମ ମାମଲାରେ ଫସିଯାଇଥିବା କହିଥିଲା । ଗତ ଦୁଇ ତାରିଖ ଦିନ ପୀଡ଼ିତାଙ୍କ ପ୍ରତି ହୋଇଥିବା ଗଣଦୁଷ୍କର୍ମ ମାମଲାର ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଆଗରୁ ପୁଲିସ ଗିରଫ କରିଥିଲା।