ଆନ୍ଧ୍ର ରାଜଭବନର ୪ କର୍ମଚାରୀ କରୋନା ପଜିଟିଭ : ମୁଖ୍ୟ ନିରାପତ୍ତା ଅଧିକାରୀଙ୍କ ସମେତ ରାଜ୍ୟପାଳଙ୍କ ରୋଷେୟାଙ୍କୁ ବି କରୋନା, ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କର ହୋଇପାରେ କରୋନା ଟେଷ୍ଟ

Advertisment
ଆନ୍ଧ୍ର ରାଜଭବନର ୪ କର୍ମଚାରୀ କରୋନା ପଜିଟିଭ : ମୁଖ୍ୟ ନିରାପତ୍ତା ଅଧିକାରୀଙ୍କ ସମେତ ରାଜ୍ୟପାଳଙ୍କ ରୋଷେୟାଙ୍କୁ ବି କରୋନା, ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କର ହୋଇପାରେ କରୋନା ଟେଷ୍ଟ

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶ ରାଜଭବନ କର୍ମଚାରୀ କରୋନା ସଂକ୍ରମିତ । ରାଜଭବନର ଚାରି ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ରାଜଭବନର ଚାରି ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆଗୁଆ ପଦକ୍ଷେପ ଭାବେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କର କରୋନା ଭାଇରସ୍ ପରୀକ୍ଷା କରାଯାଇପାରେ । ଏଥିପାଇଁ ଅନୁମତି ମଗାଯାଇଥିବା ଆନ୍ଧ୍ରପ୍ରଦେଶ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଆକ୍ରାନ୍ତଙ୍କ ମଧ୍ୟରେ ରାଜ୍ୟପାଳଙ୍କ ମୁଖ୍ୟ ସୁରକ୍ଷା ଅଧିକାରୀ, ରାଜଭବନ ମେଡିକାଲର ଜଣେ ଷ୍ଟାଫ ନର୍ସ, ଜଣେ ହାଉସ୍ କିପିଂ ଷ୍ଟାଫ ଓ ଅନ୍ୟ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାର ରହିଛନ୍ତିି । ତେବେ ଏହି ଆକ୍ରାନ୍ତମାନଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବାରୁ ଓ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସିଧାସଳଖ ଆସିନଥିବାରୁ ସକରକାରଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ସମସ୍ତ କରୋନା ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତି କରାଯାଇଛି ।

କର୍ମଚାରୀ ସଂକ୍ରମିତ ‌ହୋଇଥିବା ଘଟଣା ଜଣାପଡ଼ିବା ପରେ ରାଜ୍ୟପାଳଙ୍କ ସରକାରୀ ବାସଭବନ, ରାଜଭବନରେ ବିଶୋଧନ ଅଭିଯାନ ଆରମ୍ଭ ହୋଇଛି। ରାଜଭବନ ପରିସରରେ ସୋଡିୟମ୍ ହାଇଡ୍ରୋକ୍ଲୋରାଇଟ୍ ସିଞ୍ଚନ ନିମନ୍ତେ ପୌର କର୍ତ୍ତୃପକ୍ଷ ଡ୍ରୋନ୍ ମୁତୟନ କରିଛନ୍ତି। ଆନ୍ଧ୍ରପ୍ରଦେଶରେ ଏପର୍ଯ୍ୟନ୍ତ ୧ହଜାର ୯୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe