ବିମୁଦ୍ରାକରଣ ଓ କଳାଧନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ମନମୋହନ ସିଂ : କହିଲେ, ବିଗତ ୪ବର୍ଷରେ ବଢିଛି ବେରୋଜଗାରୀ ହାର

46

କନକ ବ୍ୟୁରୋ : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଟାର୍ଗେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଳାଧନ ଓ ବିମୁଦ୍ରାକରଣ ପ୍ରସଙ୍ଗରେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ମନମୋହନ ସିଂହ । ପ୍ରଧାନମନ୍ତ୍ରୀ ନିଯୁକ୍ତି ପାଇଁ ଯେଉଁ ପ୍ରତିଶ୍ରୃତି ଦେଇଥିଲେ ତାର କ’ଣ ହେଲା ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, ଚାରି ବର୍ଷରେ ପ୍ରତିଶ୍ରୃତି ପୂରଣ କରିବାରେ ବିଫଳ ହୋଇଛି । ଏବେ ବି ଦେଶର ଯୁବକ ରୋଜଗାର ଅପେକ୍ଷାରେ ରହିଛନ୍ତି । ମହିଳା ଦଳିତ ଓ ସଂଖ୍ୟାଲଘୁ ଅସୁରକ୍ଷିତ ସ୍ଥିତିରେ ଅଛନ୍ତି ।

Manmohan Singh

ସେ କହିଲେ ଶିଳ୍ପ ଉତ୍ପାଦନ ଓ ରପ୍ତାନି ସ୍ଥିର ରହିଛି। ମେକ୍ ଇନ୍ ଇଣ୍ଡିଆ ଓ ଷ୍ଟାଣ୍ଡ୍ଅପ୍ ଇଣ୍ଡିଆର ଏପର୍ଯ୍ୟନ୍ତ କୌଣସି ପ୍ରଭାବ ଦେଖିବାକୁ ମିଳିନାହିଁ । ବିମୁଦ୍ରାକରଣ ଓ ଜିଏସ୍ଟିର ଲାଭ କ୍ଷୁଦ୍ର ସଂସ୍ଥାଗୁଡ଼ିକ ପାଖରେ ପହଞ୍ଚିନି । ବିଦେଶରୁ କଳାଧନ ଫେରାଇ ଆଣିବାରେ ମଧ୍ୟ ମୋଦି ସରକାର କିଛି ଠୋସ୍ ପଦକ୍ଷେପ ଗ୍ରହଣ କରିନାହାନ୍ତି ବୋଲି ମନମୋହନ କହିଛନ୍ତି । ମହିଳା, ଦଳିତ ଓ ସଂଖ୍ୟାଲଘୁମାନେ ଏକ ଅସୁରକ୍ଷିତ ପରିବେଶରେ ଜୀବନ ଅତିବାହିତ କରୁଛନ୍ତି । ଏକ ଗଣତାନ୍ତ୍ରିକ ଦଳ ଓ ଗଣତାନ୍ତ୍ରିକ ରାଜନୀତିର ମୂଲ୍ୟବୋଧକୁ ସୁରକ୍ଷା ପ୍ରଦାନ କରିବା କଥା ମୋଦି ସରକାର ଯାହା କହିଥିଲେ ତାହାକୁ ଧୀରେ ଧୀରେ ନ୍ୟୁନ କରିବାରେ ଲାଗିଛନ୍ତି ।

source : The Indian Express

ବିଗତ ଚାରି ବର୍ଷ ଭିତରେ ପଡ଼ୋଶୀଙ୍କ ସହିତ ସମ୍ପର୍କ ଖରାପ ହୋଇଛି । ବିଜ୍ଞାନ ଓ ପ୍ରଯୁକ୍ତିର ଅଭିନବ ବ୍ୟବହାର କ୍ଷେତ୍ରରେ ମଧ୍ୟ ସରକାର ବିଫଳ ହୋଇଥିବା ସେ କହିଛନ୍ତି । ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲଙ୍କ ଦ୍ୱାରା ଲିଖିତ ପୁସ୍ତକର ଉନ୍ମୋଚନ ଉତ୍ସବରେ ଯୋଗଦେଇ ମନମୋହନ ମୋଦି ସରକାରଙ୍କ ବିଭିନ୍ନ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି ।  ଏହି ଅବସରରେ ଶ୍ରୀ ଶିବଲ୍ ମଧ୍ୟ ମୋଦିଙ୍କୁ ସମାଲୋଚନା କରିବାକୁ ଭୁଲିନାହାନ୍ତି । ବିମୁଦ୍ରୀକରଣ ବିଷୟରେ ସେ କହିଛନ୍ତି ଯେ, ଯଦି ଅନ୍ୟ କୌଣସି ଦେଶ ହୋଇଥାନ୍ତା ତେବେ ମୋଦିଙ୍କୁ ଇସ୍ତଫା ଦେବାକୁ ପଡ଼ିଥାନ୍ତା ।