କନକ ବ୍ୟୁରୋ : କୋଣାର୍କ ରାମଚଣ୍ଡୀ ମୁହାଣ ନିକଟ ଇକୋ ଭିଲେଜ ଲୋଟସ ରିସର୍ଟ ପରିସରରେ ବେଶ ଧୁମଧାମରେ ହୋଲି ଉତ୍ସବ ପାଳନ କରାଯାଇଛି । ବିଦେଶୀ ପର୍ଯ୍ୟଟକ ମାନେ ନିଆରା ଢଙ୍ଗରେ ଏହି ହୋଲି ଉତ୍ସବ ପାଳନ କରିଛନ୍ତି । ଋଷ, ଆମେରିକା, ଫ୍ରାନ୍ସ ଓ ଜର୍ମାନୀର ପର୍ଯ୍ୟଟକମାନେ ପାରମ୍ପରିକ ଢଙ୍ଗରେ ହର୍ବାଲ ରଙ୍ଗରେ ହୋଲି ଖେଳିଛନ୍ତି । କୌଣସି କେମିକାଲ ରଙ୍ଗରେ ନୁହେଁ ବରଂ ଚନ୍ଦନ, ବେଲ, ତୁଳସୀ ଓ କଲରା ପତ୍ରର ପେଷ୍ଟରେ ପ୍ରସ୍ତୁତ ରଙ୍ଗରେ ହୋଲି ଖେଳିଛନ୍ତି । ପରସ୍ପରକୁ ମିଠା ଖୁଆଇବା ସହ ନାଚଗୀତର ବେଶ ଆସର ଜମିଥିଲା ।
କୋଣାର୍କର ଇକୋ ଭିଲେଜ ଲୋଟସ ରିସର୍ଟ ପରିସରରେ ନିଆରା ଢଙ୍ଗରେ ଉତ୍ସବ ପାଳନ କଲେ ବିଦେଶୀ ପର୍ଯ୍ୟଟକ !
/kanak/media/post_attachments/wp-content/uploads/2017/03/vlcsnap-2017-03-13-08h34m54s033.png)