ଇମ୍ରାନ ଖାନଙ୍କୁ ବୈଦେଶିକ ମନ୍ତ୍ରୀଙ୍କ ପରାମର୍ଶ : ଟେରରିସ୍ତାନ ପାକିସ୍ତାନ’ ନୁହେଁ, କେବଳ ପାକିସ୍ତାନ’ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଭାରତ

585

କନକ ବ୍ୟୁରୋ : ଆତଙ୍କବାଦର ଭୂସ୍ୱର୍ଗ ପାକିସ୍ତାନକୁ ବୈଦେଶିକ ମନ୍ତ୍ରୀଙ୍କ ଟାର୍ଗେଟ । ପାକ୍ ପ୍ରଧାନମନ୍ତ୍ରୀଙ୍କୁ ଆତଙ୍କବାଦର ମୂଳୋତ୍ପାଟକ ପାଇଁ ପରାମର୍ଶ ଦେଲେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ପାକିସ୍ତାନ ସହ ଭାରତ ଆଲୋଚନା କରିବା ପାଇଁ ପ୍ରସ୍ତୁତ । ହେଲେ ‘ଟେରରିସ୍ତାନ’ ପାକିସ୍ତାନ ସହ ଭାରତ କୌଣସି ପ୍ରକାର ଆଲୋଚନା କରିପାରିବ ନାହିଁ ।

ନ୍ୟୁୟର୍କରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି, ଭାରତର ବୈଦେଶିକ ମନ୍ତ୍ରୀ । କେବଳ କାଶ୍ମୀର ପାଇଁ ଆତଙ୍କର ଦୁର୍ଗ ନିର୍ମାଣ କରିଛି ପାକିସ୍ତାନ । ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ରକ୍ତଚାଉଳ ଚୋବାଉଛନ୍ତି ପଡ଼ୋଶୀ ଦେଶ । ସୀମାରେ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରିବା ସହ ହିଂସା ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛି । ଏପରିକି ଭାରତରେ ଆତଙ୍କୀ ଅନୁପ୍ରବେଶ କରାଇବା ପାଇଁ ସମସ୍ତ ଉଦ୍ୟମ କରୁଛନ୍ତି ଇମ୍ରାନ୍ ସରକାର । ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଭାରତ ସହ ରାଜନୈତିକ ସମ୍ମନ୍ଧ ଏକ ପ୍ରକାର କାଟି ଦେଇଛି କହିଲେ ଚଳେ । ଭାରତୀୟ ଆମ୍ବାସଡ଼ରଙ୍କୁ ମଧ୍ୟ ଦେଶରୁ ବାହାର କରିଛି । କେବଳ ଏତିକି ନୁହେଁ ପାକିସ୍ତାନ ଦେଇ ଭାରତର ବିମାନକୁ ମଧ୍ୟ ଛାଡ଼ୁନି ପଡ଼ୋଶୀ ଦେଶ ।

୩୭୦ ଉଚ୍ଛେଦ ପରେ ପାକିସ୍ତାନର ରାଗ, ନିରାଶା ସବୁ କିଛି ସାମ୍ନାକୁ ଆସୁଛି । ଏପରିସ୍ଥଳେ ପାକିସ୍ତାନ ସହ ଆଲୋଚନାର କୌଣସି ମାନେ ନାହିଁ । ଆତଙ୍କବାଦର ବିଜ ବୁଣୁଥିବା ପାକିସ୍ତାନ କେବେ ସୁଧୁରିବନି । ଆମେ ଅଲୋଚନା ପାଇଁ ପ୍ରସ୍ତୁତ କିନ୍ତୁ ‘ଟେରରିସ୍ତାନ’ ପାକିସ୍ତାନ, କେବଳ ପାକିସ୍ତାନ ହେବା ଆବଶ୍ୟକ ।