କନକ ବ୍ୟୁରୋ : ଦିବଙ୍ଗତ ନେତାଙ୍କୁ ଶେଷ ଶ୍ରଦ୍ଧାଂଜଳି ଜଣାଇବାକୁ ବିଦେଶୀରୁ ଛୁଟି ଆସିଥିଲେ ନେତା ଓ ରାଷ୍ଟ୍ରପ୍ରତିନିଧି । ପଡୋଶୀ ଦେଶ ସହ ଥିବା ତାଙ୍କ ସମ୍ପର୍କ ସେମାନଙ୍କୁ ସ୍ମୃତି ସ୍ଥଳକୁ ଟାଣି ଆଣିଥିଲା । ସେପଟେ ପାକିସ୍ତାନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି, ଦୁଇ ଦେଶର ସୀମା ବିବାଦ ସମାଧାନ ସହ ଶାନ୍ତି ଫେରିବା ହିଁ ଅଟଳଙ୍କ ପ୍ରତି ବଡ ଶ୍ରଦ୍ଧାଂଜଳି ହେବ ।
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଲାଗି ଦିଲ୍ଲୀ ସ୍ମୃତି ସ୍ଥଳରେ ପହଂଚିଲେ ଏକାଧିକ ବିଶ୍ୱନେତା । ଭୁଟାନ ରାଜା ଜିଗମେ ଖେସରଙ୍କ ସମେତ ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଅବୁଲ ହସନ ମେହମୁଦ ଅଲ୍ଲି, ଶ୍ରୀଲଙ୍କା କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଲକ୍ଷ୍ମଣ କିରିଏଲା, ନେପାଳ ବୈଦେଶିକ ମନ୍ତ୍ରୀ ପ୍ରଦୀପ ଗ୍ୟାୱାଲି, ପାକିସ୍ତାନ ଆଇନ ମନ୍ତ୍ରୀ ସୟିଦ ଜାଫର ଅଲ୍ଲିଙ୍କ ଓ ଆଫଗାନିସ୍ତାର ପୂର୍ବତନ ରାଷ୍ଟ୍ରପତି ହମିଦ କାର୍ଜାଇ ପ୍ରମୁଖ ଅଟଳ ବିହାରୀଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଛନ୍ତି । ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ଭାରତର ଜଣେ ମହାନ ଜନନାୟକଙ୍କୁ ବିଶ୍ୱ ନେତାଙ୍କ ଏହି ଶ୍ରଦ୍ଧାଞ୍ଜଳି ତାଙ୍କ ବ୍ୟକ୍ତିତ୍ୱର ବିରାଟ ଉଦାହରଣ ।
ପଡୋଶୀ ସହ ମିତ୍ରତାର ହାତ ବଢାଇ ଦିଲ୍ଲୀରୁ ଲାହୋରକୁ ବସ ସେବା ଆରମ୍ଭ କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ତାଙ୍କ ଅବର୍ତମାନରେ ବାଜପେୟୀଙ୍କୁ ମନେ ପକାଇଛି ପାକିସ୍ତାନ । ଆଗାମୀ ଶନିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ଇମ୍ରାନ ଖାନ ଏକ ବିବୃତି ଜାରି କହିଛନ୍ତି ଯେ- ‘ରାଜନୈତିକ ବିଭେଦ ସତ୍ତେ୍ୱ ସୀମାର ଦୁଇପଟେ ଥିବା ଲୋକେ ଶାନ୍ତି ଚାହାନ୍ତି । ତେଣୁ ସୀମାରେ ଶାନ୍ତି ପ୍ରତିଷ୍ଠା କିର ପାରିଲେ ତାହା ବାଜପେୟୀଙ୍କ ପ୍ରତି ଉଚିତ ଶ୍ରଦ୍ଧାଞ୍ଜଳୀ ହେବ ।
ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପାର୍ଥିବ ଶରୀର ପଂଚଭୂତରେ ବୀଲିନ ହେବା ଆଗରୁ ରାଷ୍ଟ୍ରୀୟ ସ୍ମୃତି ସ୍ଥଳରେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ବରିଷ୍ଠ ବିଜେପି ନେତା ଲାଲ କୃଷ୍ଣ ଆଡଭାନୀଙ୍କ ସମେତ ଅନେକ ବିଜେପି ଓ ଅଣବିଜେପି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ନେତା ଅଟଳଙ୍କୁ ଅନ୍ତିମ ବିଦାୟ ଜଣାଇଛନ୍ତି ।
ସ୍ଥଳ ସେନା ମୁଖ୍ୟ ଜେନେରାଲ ବିପିନ ରାୱାତ, ନୌସେନା ମୁଖ୍ୟ ଆଡମିରାଲ ସୁନୀଲ ଲାନବା ଓ ବାୟୁସେନା ମୁଖ୍ୟ ବୀରେନ୍ଦ୍ର ସିଂ ଧାନୋଆ ମଧ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଅଟଳ ବିହାରୀ ବାଜପେୟୀଙ୍କୁ ଅଲବିଦା ଜଣାଇଛନ୍ତି । ୨୦୦୨ରେ ବାଜପେୟୀ ଜାତିସଂଘ ସାଧାରଣ ସଭାକୁ ସମ୍ବୋଧିତ କରିବା ସମୟର ଏକ ଫଟୋକୁ ତାଙ୍କ ସମ୍ମାନରେ ଟ୍ୱିଟ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/08/13-01000518.jpg)
/kanak/media/post_attachments/wp-content/uploads/2018/08/Screen-shot-2018-08-17-at-5.47.04-PM-300x222.png)
/kanak/media/post_attachments/wp-content/uploads/2018/08/4-4-300x225.jpg)
/kanak/media/post_attachments/wp-content/uploads/2018/08/atal-7_081718040628-300x181.jpg)