କମ୍ପାନି ଓ ଏନଜିଓର ମଧ୍ୟ ରହିବ ପାନ୍‌ ଓ ଆଧାରକାର୍ଡ ! କଳାଧନ କାରବାରକୁ ରୋକିବା ପାଇଁ ସରକାରଙ୍କ ନୂତନ ଯୋଜନା

Advertisment
କମ୍ପାନି ଓ ଏନଜିଓର ମଧ୍ୟ ରହିବ ପାନ୍‌ ଓ ଆଧାରକାର୍ଡ ! କଳାଧନ କାରବାରକୁ ରୋକିବା ପାଇଁ ସରକାରଙ୍କ ନୂତନ ଯୋଜନା

source-http://images.indianexpress.com

ସରକାର ଏଣକି କଳାଧନ କାରବାରକୁ ରୋକିବା ପାଇଁ ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି  । ଏହି ଯୋଜନା ଜରିଆରେ ବ୍ୟବସାୟ କ୍ଷେତ୍ରରେ ପ୍ରତ୍ୟେକ କମ୍ପାନି ଓ ଏନ୍‌ଜିଓଙ୍କର ପାନ୍‌ ଓ ଆଧାରକର୍ଡ ରହିବ ବୋଲି ସୋମବାର ସରକାର ଘୋଷଣା କରିଛନ୍ତି । କର୍ପୋରେଟ ଆଫେୟାର ମନ୍ତ୍ରାଳୟ(ଏମସିଏ) ଏ ସମ୍ପର୍କରେ ଆୟକର ଅଧିନିୟମ ଓ ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଙ୍ଗ ଅଧିନିୟମଙ୍କୁ ପ୍ରସ୍ତାବ ରଖିଛନ୍ତି। ଏହି ଯୋଜନାର ସଫଳ ରୂପାୟନ ପାଇଁ ସରକାର ଏବେ ଯୋରସୋରେ କାର୍ୟ୍ୟ ଆରମ୍ଭ କରି ଦେଇଛନ୍ତି।

ସରକାରଙ୍କ ଏହି ନୂତନ ଯୋଜନା ଅନୁଯାୟୀ, ବର୍ଷକ ମଧ୍ୟରେ ଯେଉଁ ସଂସ୍ଥାର ନେଣଦେଣ ୨ଲକ୍ଷରୁ ଅଧିକ ସେମାନେ ଏହି ନିୟମ ପାଳନ କରିବା ଅନିବାର୍ଯ୍ୟ । ଏପରି କରିବା ଦ୍ୱାରା ସମସ୍ତ ସଂସ୍ଥାକୁ ଗୋଟିଏ ମଞ୍ଚକୁ ଅଣାଯାଇପାରିବ, ଫଳରେ ସମସ୍ତଙ୍କୁ ଟ୍ରାକ୍‌ କରିବା ସହଜ ହୋଇପାରିବ। ସୂଚନା ଅନୁଯାୟୀ, ଅନେକ ବ୍ୟବସାୟ ତଥା ଏନ୍‌ଜିଓ ୫୦,୦୦୦ଟଙ୍କାରୁ ଅଧିକ ନେଣନେଣ କଲେ ପାନ୍‌ ଅନିବାର୍ୟ୍ୟ ହୋଇଥାଏ । ସେହିପରି ବ୍ୟାଙ୍କରେ କେଓ୍ଵାସି ନିୟମର ପାଳନ କରିବାକୁ ପଡ଼ିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe