ତେଜସ୍ ଏକ୍ସପ୍ରେସରେ ପ୍ରାତଃଭୋଜନ କରି ୨୦ ଯାତ୍ରୀ ମେଡିକାଲରେ ଭର୍ତ୍ତି ! ଚିପଲୁନରେ ରୋକା ଗଲା ଟ୍ରେନ

43

କନକ ବ୍ୟୁରୋ : ଦେଶର ପ୍ରଥମ ହାଇ ସ୍ପିଡ଼୍ ଟ୍ରେନ୍ ତେଜସରେ ଆଜି ଫୁଡ଼ ପଏଜନିଂ ଯୋଗୁଁ ୨୦ ଯାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି । ଫୁଡ଼ ପଏଜନିଂର ଖବର ମିଳିବା ପରଠାରୁ ଟ୍ରେନକୁ କୋଙ୍କଣର ଚିପଲୁନ୍ ସହରରେ ରୋକାଯାଇଛି । ଅସୁସ୍ଥ ଯାତ୍ରୀଙ୍କୁ ଲାଇଫ୍ କୟୋର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପ୍ରିୟିୟମ ଟ୍ରେନ୍ ତେଜସ୍ ଏକ୍ସପ୍ରେସ୍ ଗୋଆରୁ ମୁମ୍ବାଇ ଯାତ୍ରା କରୁଥିଲା ।

ସେହି ସମୟରେ ସକାଳ ଜଳଖିଆ ଖାଇ ଫୁଡ଼୍ ପଏଜନିଂର ଶିକାର ହୋଇଥିଲେ ଯାତ୍ରୀ । ଯାତ୍ରୀ ମାନେ ଏନେଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଚିପଲୁନରେ ଟ୍ରେନକୁ ରୋକି ଦିଆଯାଇଥିଲା । ବର୍ତ୍ତମାନ ସମସ୍ତ ଅସୁସ୍ଥ ଯାତ୍ରୀମାନେ ଭଲ ଅଛନ୍ତି ବୋଲି ସୂଚନା ମିଳିଛି । ଟ୍ରେନରେ ପ୍ରାତଃ ଭୋଜନ କରିବା ପରେ ଲୋକଙ୍କୁ ଏପରି ଅସୁବିଧା ହୋଇଥିଲା । ଟ୍ରେନରେ ପ୍ରାୟ ୩୦୦ ଲୋକଙ୍କୁ ପ୍ରାତଃଭୋଜନ ଦିଆଯାଇଥିଲ । ଏହି ଟ୍ରେନ୍ ଗୋଆ ଓ ମୁମ୍ବାଇ ମଧ୍ୟରେ ଚାଲେ । ଏହି ଟ୍ରେନ ମୁମ୍ବାଇରୁ ଗୋଆର ମରମାଳୀ ମଧ୍ୟରେ ସପ୍ତାହକୁ ୫ ଦିନ ଚାଲେ ।