ବର୍ଷେ ପରେ ପୁଣି ଫେରିଲା କୁହୁଡି ! କାକରରେ ଆଛାଦିତ ହୋଇଛି ପ୍ରକୃତି ରାଣୀ

ବର୍ଷେ ପରେ ପୁଣି ଫେରିଲା କୁହୁଡି ! କାକରରେ ଆଛାଦିତ ହୋଇଛି ପ୍ରକୃତି ରାଣୀ

କନକ ବ୍ୟୁରୋ : ବର୍ଷକ ପରେ ପୁଣି ଫେରିଲା କୁହୁଡି । କାକରରେ ଆଛାଦିତ ହୋଇଛି ପ୍ରକୃତି ରାଣୀ । ସତେ ଯେପରି ଶ୍ୱେତ ବସ୍ତ୍ର ପରିଧାନ କରି ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଛି ପ୍ରକୃତି ରାଣୀ । ପ୍ରଥମ ଦିନରେ ଦିନ ୯ଟା ପର୍ଯ୍ୟନ୍ତ ଲାଗି ରହିଥିଲା କୁହୁଡି । କୁହୁଡି ପ୍ରଭାବରେ ମୁହଁକୁ ମୁହଁ ଦେଖାଯାଉନଥିଲା । ଫଳରେ ଗାଡି ଚାଳକମାନେ ଲାଇଟ ଲଗାଇ ଯିବା ଆସିବା କରୁଥିଲେ । ହଠାତ କୁହୁଡି ପଡିଯିବାରୁ ସ୍କୁଲ ପିଲାମାନେ ଅସୁବିଧାର ସମୁଖୀନ ହେଉଥିବା ଦେଖିବାକୁ ମିଳିଛି । ତେବେ ପ୍ରଥମ କରି କୁହୁଡି ଆସିଥିବାରୁ ଏହାର ମଜା ଉଠାଇଛନ୍ତି ସହରୀ ଲୋକେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe