ପାଣି ମଝିରେ ଚ୍ୟାନେଲ ବାହାରକୁ ଚାଲିଗଲା ଭସାପୋଲ ! ବସ, ଅଟୋ ସହ ଫସିରହିଲେ ଯାତ୍ରୀ

56

କନକ ବ୍ୟୁରୋ : ପାଣି ମଝିରେ ଅଟକିଗଲା ଭସାପୋଲ । ସାତପଡାରୁ ଜହ୍ନିକୁଦା ଯାଉଥିବା ବେଳେ ୨ଘଂଟା ଧରି ପାଣି ମଝିରେ ଅଟକିଲା ଭସାପୋଲ । ସକାଳ ୮ଟା ବେଳେ ସାତପଡା ଘାଟରୁ ଭସାପୋଲ ୨ଟି ଯାତ୍ରୀବାହୀ ବସ୍ ନେଇ ଜହ୍ନିକୁଦା ଘାଟକୁ ଯାଉଥିଲା । ସାତପଡା ଘାଟରୁ ପ୍ରାୟ ୨ଶହ ମିଟର ଯିବା ପରେ ହଠାତ ଭାରସାମ୍ୟ ହରାଇ ଚ୍ୟାନେଲ ବାହାରକୁ ଚାଲି ଯାଇଥିଲା ।

ମଝି ଚିଲିକାରେ ଗାଡି ଗୁଡିକ ସହ ଯାତ୍ରୀ ଫସିରହିଥିଲେ । କୂଳରେ ୨ଟି ଜେସିବି ଓ ଅନ୍ୟ ୨ଟି ଭସାପୋଲ ଦ୍ୱାରା ବଡ ଭସାପୋଲଟିକୁ କୂଳକୁ ଅଣାଯାଇଥିଲା । ଅଟକି ରହିଥିବା ଯାତ୍ରୀଙ୍କୁ ଡଙ୍ଗା ଦ୍ୱାରା ଉଦ୍ଧାର କରାଯାଇଥିଲା । ଭସାପୋଲ ଯୋଗୁଁ ଲୋକେ ଅନେକ ଅସୁବିଧାନର ସମ୍ମୁଖୀନ ହୋଇଛନ୍ତି । ସୂଚନାଯୋଗ୍ୟ ପୁରୀରୁ ପ୍ରତ୍ୟେକ ଦିନ ୨ଟି ବସ୍ ଯାତ୍ରୀଙ୍କୁ ନେଇ ବ୍ରହ୍ମପୁର ଯାଇଥାଏ ।